ରାଜ୍ୟରେ 174 ଜଣ କରୋନା ପଜିଟିଭ ଚି଼ହ୍ନଟ, ମୋଟ ସଂଖ୍ୟା 4512

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ 174 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4512ରେ ପହଞ୍ଚିଛି । ଏହି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ 146 ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ଅନ୍ୟ 28 ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି 174 ସଂକ୍ରମିତଙ୍କ ମଧ୍ୟରୁ କେନ୍ଦୁଝରରୁ 5ଜଣ, ଯାଜପୁର ଜିଲ୍ଲାରୁ 9ଜଣ, ନବରଙ୍ଗପୁର ଜିଲ୍ଲାରୁ 7ଜଣ, ଖୋର୍ଦ୍ଧା ଜିଲ୍ଲାରୁ 10ଜଣ, କୋରାପୁଟ ଜିଲ୍ଲାରୁ 6ଜଣ , ମାଲକାନ‌ଗିରିରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ 34ଜଣ, କଳାହାଣ୍ଡ ଜିଲ୍ଲାରୁ 6ଜଣ, ନୂଆପଡା ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ 3ଜଣ, ଭଦ୍ରକ ଜିଲ୍ଲାରୁ 3ଜଣ, ଗଞ୍ଜାମ ଜିଲ୍ଲାରୁ 56ଜଣ, ବୌଦ୍ଧ ଜିଲ୍ଲାରୁ 2ଜଣ, ପୁରୀ ଜିଲ୍ଲାରୁ 16ଜଣ, ସୁନ୍ଦରଗଡ ଜିଲ୍ଲାରୁ 3ଜଣ, କେନ୍ଦ୍ରପଡା ଜିଲ୍ଲାରୁ 7ଜଣ, ବରଗଡ ଜିଲ୍ଲାରୁ 4ଜଣ, ବଲାଙ୍ଗୀର ଜିଲ୍ଲାରୁ ଜଣେ ରହିଥିବା ସୂଚନା ଦିଆଯାଇଛି ।

ବର୍ତମାନ ରାଜ୍ୟରେ 1451ଟି ଆକ୍ଟିଭ‌ କେସ‌ ରହିଥିବା ବେଳେ 3047ଜଣ ସୁସ୍ଥ ହୋଇଛନ୍ତି । ସେହିପରି 11 ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ 3 ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।


ସେୟାର କରନ୍ତୁ