ଲଞ୍ଚ ହେଲା ସାମସଙ୍ଗର ଗାଲାକ୍ସି ଏସ.10,ପଢନ୍ତୁ କଣ ରହିଛି ବିଶେଷ ଫିଚର

Truthink
ସେୟାର କରନ୍ତୁ

ସାମସଙ୍ଗ ଗାଲାକ୍ସି ଏସ10 ଲାଇଟ ଓ ସାମସଙ୍ଗ ଗାଲାକ୍ସି ନୋଟ10 ଲାଇଟ କୁ ବହୁ ଦିନରୁ ଭାରତୀୟ ଗ୍ରାହକ ଅପେକ୍ଷା କରିଥିଲେ । ସାମସଙ୍ଗ ଗାଲାକ୍ସି ଏସ10 ଲାଇଟ କୁ ସାରା ଭାରତରେ 8 ଜିବି ରାମ ସହ ହେବ ଲଞ୍ଚ । ଲଞ୍ଚ ପୂର୍ବରୁ ଏହି ଫୋନ ଟି କମ୍ପାନୀ ୱେବସାଇଟ ରେ ଲିଷ୍ଟେଡ଼ ହୋଇଗଲାଣି ।

ନିକଟରେ ସାମସଙ୍ଗ ଗାଲାକ୍ସି ନୋଟ10 ଲାଇଟ କୁ ଭାରତରେ ଲଞ୍ଚ କରିଦିଆଯାଇଛି ଓ ଏହାର ଦାମ 38,990 ଅଛି ।

ସେହିପରି କାଲି ମାନେ 23 ଫେବ୍ରୁଆରୀ କୁ ଗାଲାକ୍ସି ଏସ୧୦ ଲାଇଟ କୁ ଭାରତୀୟ ବଜାର ରେ ଅଫିସିଆଲି ଭାବେ ଲଞ୍ଚ ହେବ । ଲଞ୍ଚପୁର୍ବରୁ ଏହା କମ୍ପାନୀ ୱେବସାଇଟ ରେ ଲିଷ୍ଟ ହୋଇସାରିଛି ଓ ଏହା ସହ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ରେ ମଧ୍ୟ ଲଂଚ ତାରିଖ ଘୋଷଣା କରାଯାଇଛି ।

ସାମସଙ୍ଗ ଇଣ୍ଡିଆ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ରେ ଏକ ପୋଷ୍ଟ ଜରିଆରେ ଏସମ୍ପର୍କରେ ସୂଚନା ଦିଆଯାଇଛି ଯେ ସାମସଙ୍ଗ ଗାଲାକ୍ସି ଏସ10 ଲାଇଟ ଭାରତରେ 23 ଜାନୁଆରୀ ଦିନ 12ଟାରେ ଲଂଚିଙ୍ଗ କରାଯିବ । ଲଞ୍ଚ ପୂର୍ବରୁ ଏହା ଫ୍ଲିପକାର୍ଟ ଆଦି ଇ-କମର୍ସ ୱେବସାଇଟ ରେ ଲିଷ୍ଟିଙ୍ଗ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫୋନର ଦାମ ଓ ଉପଲବ୍ଧତା ସମ୍ପର୍କରେ କିଛି ଶେୟାର କରାଯାଇନାହିଁ । ଫ୍ଲିପକାର୍ଟରୁ ଅନ୍ଦାଜ ଲଗାଯାଉଛି ଯେ ଏହା ଏକ୍ସକ୍ଲୁସିବିଲି ସେଲ ପାଇଁ ଉପଲବ୍ଧ ହେବ ।

ଫ୍ଲିପକାର୍ଟ ରେ ଗାଲାକ୍ସି ଏସ୧୦ ଲାଇଟ ର କିଛି ଫିଚର୍ସ ମଧ୍ୟ ଶେୟାର କରାଯାଇଛି । ଯାହାଦ୍ୱାରା ଅନୁମାନ କରାଯାଉଛି ଏହି ସ୍ମାର୍ଟଫୋନ ରେ 4,500 ଏମଏଏଚ ବ୍ୟାଟେରୀ ଉପଲବ୍ଧ ହେବ । ଫୋନରେ 2400 x 1089 ପିକ୍ସେଲ ସ୍କ୍ରିନ ରିଜୋଲ୍ୟୁସନ ସହ 6.7 ଇଞ୍ଚ ଫୁଲଏଚଡ଼ି + ସୁପର ଏମୋଲେଡ଼ ଡିସ୍ପଲେ ଦିଆଯାଇଛି । ଏଥିରେ ସାମସଙ୍ଗ ୟୁଆଇ 2.0 ଅଧାରୀତ ଆଣ୍ଡରଏଡ଼ 10 ସହ ସ୍ନାପଡ୍ରାଗନ 855 ଚିପସେଟ ରେ କାମ କରିବ ।

ଫୋନରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି । ଏଥିରେ 48 ମେଗାପିକ୍ସେଲ ପ୍ରାଇମେରୀ ସେନ୍ସର, 12ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ଼ ଆଙ୍ଗେଲ ଓ 5 ମେଗାପିକ୍ସେଲ ମାଇକ୍ରୋ ଲେନ୍ସ ଦିଆଯାଇଛି । ସେହିପରି ସେଲ୍ଫି କ୍ୟାମେରା ରେ 32 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଏହି ଫୋନ ଭାରତୀୟ ବଜାରରେ 8 ଜିବି ରାମ ଓ 128 ଜିବି ଇଣ୍ଟରନାଲ ଷ୍ଟୋରେଜ ସହ ଲଞ୍ଚ ହେଉଛି । ଏହା ସହ ପ୍ରିଜମି ବ୍ଲାକ, ପ୍ରିଜମି ହ୍ଵାଇଟ ଓ ପ୍ରିଜମି ବ୍ଲୁ ରଙ୍ଗ ରେ ଉପଲବ୍ଧ ହେବ ।


ସେୟାର କରନ୍ତୁ