ଓଜନ ହ୍ରାସ କରିବା ପାଈଁ ଚାହୁଁଥିଲେ ଏକୁଟିଆ ଭୋଜନ କରନ୍ତୁ

Truthink
ସେୟାର କରନ୍ତୁ

ଆଜିର ଏ ଅଧୁନିକ ଯୁଗରେ ଓଜନ କମାଇବା ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଏକ ଚ୍ୟାଲେଞ୍ଜ ସଦୃଶ । କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣରୁ ବିରତ ହେବା ଆଜିକା ଦିନରେ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଗଲାଣି । ସୁସ୍ଥତା ପାଇଁ ନିଷ୍ପତ୍ତି ନେବା ସହଜ କିନ୍ତୁ କାର୍ଯ୍ୟକାରୀ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ । କିନ୍ତୁ ଓଜନ କମାଇବା ପାଇଁ ଗବେଷଣାକାରୀମାନେ ଏମିତି ଏକ ନୂଆ ରାସ୍ତା ଉଦ୍ଭାବନ କରିଛନ୍ତି ଯାହା ଜାଣିଲେ ଆପଣ ଖୁସି ହୋଇଯିବେ ।

ତାହା ହେଉଛି ଆପଣ ଯେତେବେଳେ ବି ଖାଉଛନ୍ତି ଏକୁଟିଆ ଖାଆନ୍ତୁ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ । ଏହି ଗବେଷଣାରୁ ଜଣ ଯାଇଛି ଯେ, ପରିବାର ଓ ବନ୍ଧୁ ମାନଙ୍କ ସହ ଖାଇବା ବେଳେ ଆମେ ଅଧିକ ଖାଇଦେଇ ଥାଉ । ଯେତେବେଳେ ଆପଣ ଏକ ସାମାଜିକ କାର୍ଯ୍ୟକ୍ରମରେ ବନ୍ଧୁ ମାନଙ୍କ ସହ ବସି ଖାଆନ୍ତି ସେତେବେଳେ ଆପଣ ଅନ୍ୟମାନଙ୍କ ଖାଦ୍ୟ ପସନ୍ଦ ଅନୁସାରେ ପ୍ରଭାବିତ ହୋଇ ଅଧିକ ଖାଇ ଦେଇଥାନ୍ତି ।

ଆଉ ସେତେବେଳେ ଆପଣ ଆପଣଙ୍କ ଡାଏଟିଂ କଥା ଭୁଲିଯାନ୍ତି । ତେଣୁ ଏକୁଟିଆ ଖାଇବାବେଳେ ଆପଣ ନିଜର ଡାଏଟିଂ ଯୋଜନା ଅନୁସାରେ ଖାଉଥିବା ବେଳେ ସାଙ୍ଗମାନଙ୍କ ଗହଣରେ ସେ କଥା ଭୁଲିଯାନ୍ତି । ଆମେରିକାନ ଜର୍ଣ୍ଣାଲ ଅଫ କ୍ଲିନିକାଲ ନୁଟ୍ରିସନ ପତ୍ରିକାରେ ଏଭଳି କିଛି ତଥ୍ୟ ପ୍ରକାଶିତ ହୋଇଛି । ଏହି ଗବେଷଣା ସମୟରେ ପୂର୍ବର 42ଟି ଅଧ୍ୟୟନକୁ ନେଇ ଗବେଷଣା କରାଯାଇଥିଲା ।


ସେୟାର କରନ୍ତୁ