ଅକ୍ଷୟ ପତ୍ନୀ ଟ୍ୱିଙ୍କିଲ ଖନ୍ନାଙ୍କୁ ପିଆଜରେ ନିର୍ମିତ କାନଫୁଲ ଉପହାର ଦେଲେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଏବେ ସମଗ୍ର ଦେଶରେ ପିଆଜର ଦର ବୃଦ୍ଧିକୁ ନେଇ ଲୋକମାନେ ଚିନ୍ତା ପ୍ରକଟ କରୁଛନ୍ତି । ତେବେ ପିଆଜକୁ ନେଇ ବଲିଉଡ ଜଗତରୁ ଏକ ଖବର ଆସିଛି । ଅଭିନେତା ଅକ୍ଷୟ କୁମାର ନିଜ ପତ୍ନୀ ତଥା ଅଭିନେତ୍ରୀ ଟ୍ୱିଙ୍କିଲ ଖନ୍ନାଙ୍କୁ ପିଆଜରେ ନିର୍ମିତ କାନଫୁଲ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ।

ତେବେ ସବୁଠାରୁ ମଜା କଥା ହେଉଛି ଏହି ଇୟରିଂଟି ପିଆଜରେ ତିଆରି ହୋଇଛି । ଟ୍ୱିଙ୍କଲ ଖନ୍ନାଙ୍କୁ ମଧ୍ୟ ଏହା ବେଶ୍ ପସନ୍ଦ ଆସିଛି । ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପିଆଜ ଦର ବୃଦ୍ଧିକୁ ଅକ୍ଷୟ କୁମାର ଏକ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ।

ନିଜର ଅପକମିଂ ଫିଲ୍ମ ‘ଗୁଡ୍ ନ୍ୟୁଜ’ର ପ୍ରମୋସନ ପାଇଁ ନିକଟରେ ଅକ୍ଷୟ, କରୀନା ଏବଂ ଦିଲଜିତ, ଦ କପିଲ ଶର୍ମା ଶୋରେ ଯାଇ ପହଁଚିଥିଲେ । ଯେଉଁଠି କପିଲ କରୀନାଙ୍କୁ ପିଆଜରେ ତିଆରି କାନଫୁଲ ଉପହାର ଭାବେ ଦେଇଥିଲେ । ତେବେ କରୀନାଙ୍କୁ ଏହା ବିଶେଷ ପସନ୍ଦ ଆସିନଥିଲା । ଟ୍ୱିଙ୍କିଲଙ୍କୁ ଗୋଟେ ମଜାଳିଆ ଉପହାର ଦେବାକୁ ଯାଇ ଅକ୍ଷୟ ସେଟରୁ ଏହି କାନଫୁଲ ପତ୍ନୀଙ୍କ ପାଇଁ ନେଇ ଆସିଥିଲେ । ଯାହାକୁ ଦେଖି ଟ୍ୱିଙ୍କିଲ ମଧ୍ୟ ବେଶ ଖୁସି ହୋଇ ଯାଇଥିଲେ । ଏହାକୁ ମଧ୍ୟ ନିଜ ଇନଷ୍ଟାଗ୍ରାମ ପେଜରେ ଟ୍ୱିଙ୍କିଲ ପୋଷ୍ଟ କରିଛନ୍ତି ।

କରଣ ଜୋହରଙ୍କ ପ୍ରଡକ୍ସନରେ ପ୍ରସ୍ତୁତ ଏହି ଫିଲ୍ମ ସରୋଗେସି ବିଷୟ ଉପରେ ଆଧାରିତ । ଫିଲ୍ମର ଟ୍ରେଲର ସମସ୍ତଙ୍କୁ ବହୁତ ପସନ୍ଦ ଆସିଛି । ଏହି ଫିଲ୍ମ ‘ଗୁଡ୍ ନ୍ୟୁଜ’ ଡିସେମ୍ବର 27 ତାରିଖରେ ସିନେମା ଘରେ ରିଲିଜ ହେବାକୁ ଯାଉଛି ।


ସେୟାର କରନ୍ତୁ