‘ପତି ପତ୍ନୀ ଔର ୱୋ’ର ତାବଡ଼ତୋଡ ଆୟ, ଏପର୍ଯ୍ୟନ୍ତ ଫିଲ୍ମଟି ଆୟ କରିଛି ଏତିକି

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କାର୍ତ୍ତିକ ଆର୍ଯ୍ୟାନ, ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ପତି ପତ୍ନୀ ଔର ୱୋ’ ବକ୍ସ ଅଫିସ ଉପରେ ତାବଡ଼ତୋଡ ଆୟ କରି ଚାଲିଛି । ଏହି ଫିଲ୍ମଟି ପ୍ରଥମ ଦିନରୁ ଭଲ ଆୟ କରି ଚାଲିଛି । ଏବେ ଏହି ମୁବିଟି 50 କରୋଡ଼ କ୍ଲବରେ ପହଞ୍ଚିସାରିଛି । ଫିଲ୍ମଟି ଏହି ଗୁରୁବାରରେ ମଧ୍ୟ ଭଲ ରୋଜଗାର କରିଅଛି ।

ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର କଲେକ୍ସନକୁ ନେଇ ଲେଖିଛନ୍ତି କି, ‘ପତି ପତ୍ନୀ ଔର ୱୋ’ର କମାଇ ଜାରି ରହିଛି । ଏହି ଫିଲ୍ମଟି ଓପନିଙ୍ଗ ଡେ ତଥା ଶୁକ୍ରବାର 9.10କରୋଡ଼, ଦ୍ଵିତୀୟ ଦିନ ଶନିବାରରେ 12.33 କରୋଡ଼, ରବି ବାରରେ 14.51କରୋଡ଼, ସୋମ ବାରରେ 5.70କରୋଡ଼, ମଙ୍ଗଳ ବାରରେ 5.35କରୋଡ,ବୁଧବାର 4.62କରୋଡ,ଗୁରୁବାର 4.36କରୋଡ କଲେକ୍ସନ କରିଅଛି । ଏହି ହିସାବରେ ଧରିଲେ ଫିଲ୍ମର ଟୋଟାଲ କଲେକ୍ସନ 55.97 କରୋଡ ହୋଇଯାଇଛି ।

‘ପତି ପତ୍ନୀ ଔର ୱୋ’ କାର୍ତ୍ତିକ ଆର୍ଯ୍ୟାନଙ୍କର ପ୍ରଥମ ସପ୍ତାହରେ ସବୁଠାରୁ ଅଧିକ କମାଇଥିବା ଫିଲ୍ମ ହୋଇଯାଇଛି । ଏହା ପୂର୍ବରୁ ‘ଲୁକଛୁପି’ପ୍ରଥମ ସପ୍ତାହରେ 53.70କରୋଡ, ‘ସୋନୁ କେ ଟିଟୁ କେ ସ୍ୱଟି’ 45.94କରୋଡ, ‘ପ୍ୟାର କା ପଞ୍ଚନାମା’ 39.25 କରୋଡ କମାଇ କରିଥିଲା ।

ଏହି ଫିଲ୍ମଟି ମୁଦଶର ଅଜିଜ ନିର୍ଦେଶିତ ଅଟେ । କାର୍ତ୍ତିକ ଆର୍ଯ୍ୟାନ୍, ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ପତି ପତ୍ନୀ ଔର ୱୋ’ ଲୋକମାନଙ୍କୁ ଭଲ ପସନ୍ଦ ଆସୁଛି । ‘ପତି ପତ୍ନୀ ଔର ୱୋ’ ସାଥିରେ ଅର୍ଜୁନ ଏବଂ କୃତୀଙ୍କର ‘ପାନୀପତ’ ମଧ୍ୟ ରିଲିଜ ହୋଇଛି । କିନ୍ତୁ ‘ପତି ପତ୍ନୀ ଔର ୱୋ’ ‘ପାନୀପତ’କୁ ପଛରେ ପକାଇ ଦେଇଛି ।


କଣ ଅଟେ ଏହି ଫିଲ୍ମର କାହାଣୀ ?

‘ପତି ପତ୍ନୀ ଔର ୱୋ’ ଲଖନୱର ଅଭିନବ ଯଥା ଚିଣ୍ଟୁ ତ୍ୟାଗୀ (କାର୍ତ୍ତିକ ଆର୍ଯ୍ୟାନ୍)ଙ୍କର ଏହି କାହାଣୀ ଅଟେ । ଚିଣ୍ଟୁର ବିବାହ ବେଦିକା (ଭୂମି ପେଡନେକର)ଙ୍କ ସହିତ ହୋଇଥିଲା । ଦୁହିଁଙ୍କ ପ୍ରେମର ଗାଡ଼ି 3ବର୍ଷ ପରେ ପଛ ସିଟ୍କୁ ଆସିବାରେ ଲାଗିଲା । ଏହା ଭିତରେ ଚିଣ୍ଟୁର ଜୀବନରେ ଗ୍ଲାମର୍ସ ତପସ୍ୟା ସିଂହ (ଅନନ୍ୟା ପାଣ୍ଡେ)ଙ୍କ ଏଣ୍ଟ୍ରି ହେଉଛି,ଯିଏକି ଲଖନୱକୁ ବିଜନେସ କରିବା ପାଇଁ ଆସିଛନ୍ତି । ତପସ୍ୟା ଆସିଯିବା ପରେ ଚିଣ୍ଟୁ ତାଙ୍କ ପ୍ରେମରେ ପଡି ଯାଇଛନ୍ତି । ଏଭଳି ଭାବରେ ଫିଲ୍ମଟି ଗତିଶୀଳ ହୋଇଅଛି ।


ସେୟାର କରନ୍ତୁ