ସୋସିଆଲ ମିଡିଆରେ ଅନିଲ କାପୁରଙ୍କୁ ମହାରାଷ୍ଟ୍ରର ସିଏମ ହେବାପାଇଁ ପରାମର୍ଶ ଆକ୍ଟର ଦେଛନ୍ତି ମଜାଦାର ଜବାବ

ସିନେମା
ସେୟାର କରନ୍ତୁ

ସୋସିଆଲ ମିଡିଆରେ ଜଣେ ଫ୍ୟାନ୍ସ ଆକ୍ଟର ଅନିଲ କପୁରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାପାଇଁ ପରାମର୍ଶ ଦେଇଛନ୍ତି । ଯାହାର ଅନିଲ କପୁର ମଜାଦାର ଢଙ୍ଗରେ ଜବାବ ଦେଇଛନ୍ତି ।
ମହାରାଷ୍ଟ୍ର ବିଧାନସଭା ଚୁନାଵ ସରିବା ପରେ ଶିବସେନା ଓ ବିଜେପି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଟଣା ଓଟରା ଲାଗିରହିଛି । ଦୁଇଟିଯାକ ପାର୍ଟି ନିଜର ସିଏମ କରିବାପାଇଁ ଅଡ଼ି ବସିଛନ୍ତି । ରାଜନୀତିକ ମହଲରେ ଏହାର ଚର୍ଚ୍ଚା ହେଉଛିକି କିଏ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବ ? ଏହି ଅବସରରେ ସୋସିଆଲ ମିଡିଆରେ ଜଣେ ଫ୍ୟାନ୍ସ ଆକ୍ଟର ଅନିଲ କପୁରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାପାଇଁ ପରାମର୍ଶ ଦେଇଛନ୍ତି । ଯାହାର ଅନିଲ କପୁର ମଜାଦାର ଢଙ୍ଗରେ ଜବାବ ଦେଇଛନ୍ତି ।

ବିଜୟ ଗୁପ୍ତା ନାମରେ ଜଣେ ୟୁଜର ଟୁଇଟ କରି ଲେଖିଛନ୍ତି , ମହାରାଷ୍ଟ୍ରରେ ଯେଉଁ ପର୍ଯ୍ୟନ୍ତ କିଛି ରାସ୍ତା ମିଳୁନାହିଁ ସେ ପର୍ଯ୍ୟନ୍ତ ଅନିଲ କପୁରଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିକି ଦେଖି ନେବା ଉଚିତ । ପରଦା ଉପରେ ତାଙ୍କର ଏକ ଦିନର କାର୍ଯ୍ୟକାଳ ପୁରା ଦେଶ ଦେଖିଛି ଏବଂ ପ୍ରଶଂସା ମଧ୍ୟ ଦର୍ଶକ ଦେଇଛନ୍ତି । ଦେବେନ୍ଦ୍ର ଫଡନବିଷ ଏବଂ ଆଦିତ୍ୟ ଠାକରେ କଣ ଚିନ୍ତା କରୁଛନ୍ତି ? ଏହି ଟୁଇଟଟି କିଛି ମିନିଟ ଭିତରେ ଭାଇରଲ ହୋଇଯାଇଛି । ଆକ୍ଟର ଅନିଲ କପୁର ୟୁଜରର ପରାମର୍ଶ ଉପରେ ରିଆକ୍ଟ କରିଛନ୍ତି ।

ଏହାର ଜବାବରେ ଅନିଲ କପୁର ଲେଖିଛନ୍ତି, ‘ମୁଁ ନାୟକ ହିଁ ଠିକ ଅଛି । ସୋସିଆଲ ମିଡିଆରେ ଅନିଲ କପୁରଙ୍କୁ ଖୁବ ତାରିଫ କରାଯାଉଛି । ଫ୍ୟାନ୍ସମାନେ ଆକ୍ଟରଙ୍କ ଜଵାବର ପ୍ରଶଂସା କରୁଅଛନ୍ତି । ଜଣେ ଫ୍ୟାନ୍ସ ଲିଖିଛନ୍ତି, ପ୍ରଥମେ ଅନିଲ କପୁର ମନା କରିବେ ପରେ ଶପଥ ନେବେ । ଏହା ପର ୟୁଜର ଲେଖିଛନ୍ତି,ଏହି ପରାମର୍ଶ କିଛି ଖରାପ ନୁହଁ । ଜଣେ ଫ୍ୟାନ୍ସ ନାୟକ ଫିଲ୍ମର 2ୟ ପାର୍ଟ କରିବା ପାଇଁ ମାଙ୍ଗ କରିଛନ୍ତି । ସେ ଲେଖିଛନ୍ତି, ମୋତେ ନାୟକ ଫିଲ୍ମ ଖୁବ ପସନ୍ଦ ଆସିଛି, ନାୟକ 2 ବନିବା ଦରକାର ।

ଜଣା ଅଛିକି,ଅନିଲ କପୁର ଫିଲ୍ମ ନାୟକରେ ଏକ ଦିନର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସିଏମ ହୋଇକରି ଅନିଲ କପୁର ରାଜ୍ୟର ଭଲ ପାଇଁ ପୁରା ଜୋସର ସହ କାମ କରିଥିଲେ ।ଏହି ଫିଲ୍ମର ନିର୍ଦେଶନା ଏସ ଶଙ୍କର ଦେଇଥିଲେ । ଏହି ଫିଲ୍ମରେ ଅନିଲ କପୁରଙ୍କ ସହିତ ରାନୀ ମୁଖର୍ଜି, ପରେଶ ରାୱଲ ଏବଂ ଅମରେଶ ପୁରୀ ମୁଖ୍ୟ ଭୂମିକାରେ ଥିଲେ ।


ସେୟାର କରନ୍ତୁ