‘ବ୍ରହ୍ମାସ୍ତ୍ର’ର ସୁଟିଂରେ ଅମିତାଭ, ଅତ୍ୟଧିକ ଥଣ୍ଡାକୁ ନେଇ ଚିନ୍ତିତ

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : ବଲିଉଡ୍ ଫିଲ୍ନ ଇଣ୍ଡଷ୍ଟ୍ରିର ବିଗ୍‌ ବି ତଥା ମହାନାୟକ ଅମିତାଭ ବଚ୍ଚନ ଏବେ ନିଜର ଅପ୍‌କମିଙ୍ଗ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ଖୁବ ବ୍ୟସ୍ତ ଅଛନ୍ତି । ‘ବ୍ରହ୍ମାସ୍ତ୍ର’ର ସୁଟିଂ ପାଇଁ ସେ ବର୍ତମାନ ମାଇନସ୍‌ 3 ଡ଼ିଗ୍ରୀରେ ବଲିଉଡ୍‌ କଳାକାର ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ସହ ମିଶି ହିମାଚଳରେ କାମ କରୁଛନ୍ତି । ଯେଉଁଠି ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି ।

ଏହି ଅଂଚଳରେ ସୁଟିଂ କରିବା ପାଇଁ ଅମିତାଭ ବହୁତ ଅସୁବିଧା ସମୁଖୀନ ହେଉଛନ୍ତି । ଯାହା ତାଙ୍କ ଟ୍ୱିଟରୁ ଜଣା ଯାଉଛି । ତେବେ ହିମାଚଳରେ ବଢ଼ିଥିବା ଥଣ୍ଡାକୁ ନେଇ ସେ ଏକ ଟ୍ୱିଟ୍‌ କରିଛନ୍ତି । ଯାହାକି ଏବେ ସୋଶାଲ ମିଡ଼ିଆରେ ଖୁବ ଭାଇରାଲ୍‌ ହେବାରେ ଲାଗିଛି । ଏହି ଟ୍ୱିଟ୍କୁ ଲୋକମାନେ ପଢି ଖୁବ କମେଣ୍ଟ ଦେବା ସହ ନିଜର ପ୍ରତିକ୍ରିୟା ମଧ୍ୟ ଦର୍ଶାଉଛନ୍ତି ।

ସୂଚନା ମୁତାବକ,ବିଗ୍‌ ବି ଅମିତାଭ ବଚ୍ଚନଙ୍କ 4ଟି ଫିଲ୍ମ ବଲିଉଡରେ ଖୁବ ଧମାଲ କରିବାକୁ ଯାଉଅଛି । ତେବେ ବିଗ୍‌ ବି ‘ବ୍ରହ୍ମାସ୍ତ୍ର’,’ଚେହରେ’, ‘ଝୁଡ୍’ ଓ ‘ଗୁଲାବୋ-ସିତାବୋ’ ଜରିଆରେ ପରଦା ଉପରକୁ ଆସିବାକୁ ଯାଉଛନ୍ତି ।

ସୂଚନା ଥାଉକି, ମହାନାୟକ ଅମିତାଭ ବଚ୍ଚନ ସ୍ବାସ୍ଥ୍ୟାବସ୍ଥା ଖରାପ ଜନିତ କାରଣରୁ ସେ ନିକଟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅନେକ ବର୍ଷ ଧରି ଯକୃତ ସମସ୍ୟା ରହି ଆସିଥିଲା । ସେ ଏବେ ସୁସ୍ଥତା ଅନୁଭବ କରିବା ପରେ ସୁଟିଂ କାର୍ଯ୍ୟରେ ବିଜି ଅଛନ୍ତି ।


ସେୟାର କରନ୍ତୁ