Coronavirus: ଦେଶରେ କରୋନା ମାମଲା 47 ଲକ୍ଷ ପାର, ଏପର୍ଯ୍ୟନ୍ତ 37 ଲକ୍ଷ ଲୋକ ଠିକ ହୋଇଛନ୍ତି

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ରେକର୍ଡ ସ୍ତରକୁ ବୃଦ୍ଧି ପାଇବାରେ ଲାଗିଛି । ଆମ ଦେଶରେ ଦୁନିଆର ଦ୍ରୁତତମ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଦେଶରେ ପୂର୍ବ 24 ଘଣ୍ଟା ମଧ୍ୟରେ 94,372 ନୂଆ ମାମଲା ସାମ୍ନାକୁ ଆସିଅଛି । ଏହା ପୂର୍ବରୁ ଦେଶରେ 11 ସେପ୍ଟେମ୍ବରରେ ରେକର୍ଡ 97,570 ସଂକ୍ରମଣର ମାମଲା ଦର୍ଜ ହୋଇଥିଲା । ତେବେ 24 ଘଣ୍ଟାରେ 1114 ଲୋକ ପ୍ରାଣ ହରାଇଛନ୍ତି । ଦେଶରେ 2 ସେପ୍ଟେମ୍ବରରୁ ଲଗାତାର ପ୍ରତିଦିନ ଏକ ହଜାରରୁ ବେଶି ଲୋକଙ୍କର ମୃତ୍ୟୁ ହେଉଅଛି । ଭଲ ଖବର ଏହା କି 24 ଘଣ୍ଟାରେ 78,399 ରୋଗୀ ଠିକ ମଧ୍ୟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ମୋଟ ସଂକ୍ରମିତ କରୋନା ସଂଖ୍ୟା ବର୍ତ୍ତମାନ 47 ଲକ୍ଷ 54 ହଜାର ହୋଇଯାଇଅଛି । ଏଥିମଧ୍ୟରୁ 78,586 ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ ମାମଲା ସଂଖ୍ୟା 9 ଲକ୍ଷ 73 ହଜାର ହୋଇଅଛି ଏବଂ 37 ଲକ୍ଷ ଲୋକ ଏହି ରୋଗରୁ ଆରୋଗ୍ୟ ହୋଇଛନ୍ତି । ସଂକ୍ରମଣର ଆକ୍ଟିଭ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ଚାରି ଗୁଣ ଅଧିକ ଅଟେ ।


ସେୟାର କରନ୍ତୁ