ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟରୁ ଲାଗିଲା ବଡ ଝଟକା, ବିଦେଶ ଯିବାକୁ ଦେଇଥିବା ଆବେଦନ ଖାରଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କନମାନ ସୁରେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅସୁବିଧା କମ ହେବାର ନାମ ନେଉନାହିଁ । ଇଡି କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ 15 ଦିନ ପାଇଁ ଦେଶ ବାହାରକୁ ଯାତ୍ରା ପାଇଁ ଦିଲ୍ଲୀର ଏକ କୋର୍ଟରେ ଅନୁମତି ମାଗିଥିଲେ । ତେବେ ଏହି ଅଭିନେତ୍ରୀଙ୍କୁ କୋର୍ଟ ଏକ ବଡ ଝଟକା ଦେଇଛନ୍ତି, ଯାହା ପରେ କାହାଣୀରେ ଏକ ନୂଆ ମୋଡ଼ ଆସିଛି ।

ତେବେ ଜ୍ୟାକଲିନ୍ ଦିଲ୍ଲୀ କୋର୍ଟରେ ମେ’ 17ରୁ 28 ମଧ୍ୟରେ ଆବୁଧାବି, ଦୁବାଇ, ଫ୍ରାନ୍ସ ଏବଂ ନେପାଳ ଯିବା ପାଇଁ ଆବେଦନ କରିଥିଲେ । ଆବେଦନରେ କୁହାଯାଇଥିଲା ଯେ, 2021ରେ ଯେତେବେଳେ ଜ୍ୟାକଲିନ୍ ଦୁବାଇ ଯାଉଥିଲେ ସେତେବେଳେ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ରୋକାଯାଇଥିଲା ଏବଂ ତାଙ୍କ ପାସ୍‌ପୋର୍ଟ ଜବତ କରାଯାଇଥିଲା । ଏଥିପାଇଁ ଜ୍ୟାକଲିନ୍ ଅପ୍ରେଲ 26ରେ 15ଦିନ ପାଇଁ ବିଦେଶ ଯିବାକୁ ଆବେଦନ କରିଥିଲେ । ଜ୍ୟାକଲିନ୍‌ଙ୍କ ଏହି ଆବେଦନ ଉପରେ ମେ’ 11ରେ କୋର୍ଟ ଇଡିକୁ ଜବାବ ଦାଖଲ କରିବାକୁ କହିଥିଲେ ଏବଂ ମେ’ 18ରେ ଶୁଣାଣି ତାରିଖ ଧାର୍ଯ୍ୟ କରିଥିଲେ ।

ଆଜି ଯେତେବେଳେ ଏଜେନ୍ସି କୋର୍ଟରେ ଜବାବ ଦାଖଲ କରିଥିଲା ସେତେବେଳେ ଜ୍ୟାକଲିନଙ୍କ ବିଦେଶ ଯିବା ଦାବିକୁ ମିଥ୍ୟା ବୋଲି କହିଥିଲା । ଇଡି କହିଥିଲା ଯେ, ରାଷ୍ଟ୍ରପତିଙ୍କ ମୃତ୍ୟୁ ଯୋଗୁଁ ଆବୁଧାବିରେ ହେବାକୁ ଥିବା ଇଭେଣ୍ଟ ବାତିଲ ହୋଇଯାଇଛି । ନେପାଳରେ ଆୟୋଜିତ ହେବାକୁ ଥିବା ଦବଙ୍ଗ ଟୁରରେ ଜ୍ୟାକଲିନଙ୍କୁ ସାମିଲ କରାଯାଇ ନାହିଁ ଏବଂ ଫ୍ରାନ୍ସର କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ଜ୍ୟାକଲିନ୍‌ଙ୍କୁ ଡକାଯାଇ ନାହିଁ ।

ଏଜେନ୍ସୀର ଜବାବ ପରେ ଜ୍ୟାକଲିନ୍ ବିଦେଶ ଯାତ୍ରା ଆବେଦନ ପ୍ରତ୍ୟାହାର କରିନେଇଥିଲେ । ଜ୍ୟାକଲିନ୍‌ଙ୍କ ଓକିଲ କହିଛନ୍ତି ଯେ, ନୂଆ ଆବେଦନ ଖିବ୍ ଶୀଘ୍ର କରାଯିବ କାରଣ ଆବୁଧାବିରେ ହେବାକୁ ଥିବା ଇଭେଣ୍ଟ ଏବେ ଜୁଲାଇରେ ହେବ । ଯେଉଁଥିପାଇଁ ପୂର୍ବରୁ କୋର୍ଟରେ ନୂଆ ତାରିଖ ସହ ଆବେଦନ ଦାଖଲ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ, ଜ୍ୟାକଲିନ୍ ସୁକେଶ ଚନ୍ଦ୍ରଶେଖରର ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଏଜେନ୍ସିର ତଦନ୍ତ ଘେରରେ ଅଛନ୍ତି ଏବଂ ତାଙ୍କୁ ଅନେକ ଥର ପଚରାଉଚରା ମଧ୍ୟ କରାଯାଇସାରିଛି । ଇଡି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜ୍ୟାକଲିନ୍ ଫର୍ଣ୍ଣାଡିସ୍‌ଙ୍କ 7.25 କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି । ଆଟାଚ୍ କରାଯାଇଥିବା ସମ୍ପତ୍ତିରେ 7.12 କୋଟି ଟଙ୍କାର ବ୍ୟାଙ୍କରେ ଜମା ଫିକ୍ସଡ ଡିପୋଜିଟ୍ ରହିଛି ଏବଂ ବାକି କିଛି ଗିଫ୍ଟ ଯାହା ସୁକେଶ ଜ୍ୟାକଲିନଙ୍କୁ ଦେଇଥିଲେ ।


ସେୟାର କରନ୍ତୁ