ଆପଣଙ୍କର ମାଇଗ୍ରେନ ଅଛିକି ଧ୍ୟାନ ଦିଅନ୍ତୁ ଏହି ସବୁ ଦିଗପ୍ରତି

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ବର୍ତ୍ତମାନର ସମୟରେ ସାଧାରଣ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି ୲ ଆଉ ଅସମୟରେ ଅନେକ ରୋଗ ବ୍ୟାଧି ମଧ୍ୟ ଗ୍ରାସ କରୁଛି ୲ ଯେଉଁସବୁ ମଧ୍ୟରୁ ମାଇଗ୍ରାନ ଏକ ବଡ଼ ସମସ୍ୟା ୲ ଏହି ରୋଗ ବ୍ୟକ୍ତିର ବୟସସୀମା ଉପରେ ନିର୍ଭର କରିନଥାଏ ୲

ଯେକୌଣସି ବୟସରେ ଏହି ରୋଗ ହେଇପାରେ ୲ ତେବେ କିଛି କାରଣ ମୁଖ୍ୟତଃ ଏଥିପାଇଁ ଦାୟୀ, ଯେମିତି ଖାଦ୍ୟପେୟରେ ଅନିୟମିତା ପେଟଗରମ କିମ୍ବା ଥଣ୍ଡା ଇତ୍ୟାଦି ୲ କାରଣରୁ ମୁଣ୍ଡବିନ୍ଧା ଏକ ମୁଖ୍ୟ ସମସ୍ୟା ପାଲଟିଛି । ମାତ୍ର ମୁଣ୍ଡ ବିନ୍ଧା ଯନ୍ତ୍ରଣା ଅତ୍ୟଧିକ ପରିମାଣରେ ହେଲେ ଏହା ମାଇଗ୍ରେନର ରୂପ ନେଇଥାଏ ।

ମାଇଗ୍ରେନର ଯନ୍ତ୍ରଣାରେ ମୁଣ୍ଡର ଗୋଟେ ପଟରେ ଯନ୍ତ୍ରଣା ହୋଇଥାଏ । ଏହି ଯନ୍ତ୍ରଣା ହେବାର କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ । ସେହି ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ । ତେଣୁ ଯନ୍ତ୍ରଣା ସମୟରେ ଏପରି କେତେକ ଖାଦ୍ୟ ରହିଛି ଯାହାକୁ ଖାଇବା ଉଚିତ ନୁହେଁ । ଜାଣନ୍ତୁ ….
– ଏହି ସମୟରେ ଚିଜ କିମ୍ବା ଚିଜ ବ୍ୟବହାର ହୋଇଥିବା ଖାଦ୍ୟ ଖାଇବା ଉଚିତ ନୁହେଁ । ଏହା ଯନ୍ତ୍ରଣାକୁ ବୃଦ୍ଧି କରିଥାଏ ।
– ଏହି ମାଇଗ୍ରେନ ସମୟରେ ଆମିଷ ଖାଦ୍ୟରୁ ମଧ୍ୟ ଦୂରେଇ ରହିବା ଆବଶ୍ୟକ । ଖୁବ କମ ପରିମାଣରେ ସପ୍ତାହକୁ ଥରେ ଖାଇପାରିବେ ।
– ପ୍ୟାକେଟ୍‍ ଜାତୀୟ ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହେଁ । ଯେପରି ବିଭିନ୍ନ ପ୍ରକାର ଚିପ୍ସ ।
– ଚକୋଲେଟ ଖାଇବା ମଧ୍ୟ ଉଚିତ ନୁହେଁ ।
– ଖଟା ଜାତୀୟ ଖାଦ୍ୟ ଯେପରି, ଦହି, କମଳା, ଲେମ୍ବୁ ଆଦି ଖାଇବା ଉଚିତ ନୁହେଁ ।


ସେୟାର କରନ୍ତୁ