କାଶ ଓ କଫର ଘରୋଇ ଉପଚାର

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଥଣ୍ଡା ହେଲେ କାଶ ଓ କଫଜନିତ ସମସ୍ୟା ଦେଖା ଦେଇଥାଏ। ବିଶେଷ କରି ଶୀତ ଦିନ ଆସିବା ମାତ୍ରେ କିଛି ଲୋକଙ୍କର ଥଣ୍ଡା ହେବା ସହ କାଶ ଓ କଫ ସମସ୍ୟା ଲାଗି ରହିଥାଏ। କଫ ଜମିଗଲେ ବଡ଼ ବଡ଼ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ତେବେ କଫ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ସହ ଅନେକ ଔଷଧ ମଧ୍ୟ ଖାଇ ଥାଆନ୍ତି। ହେଲେ ଏପରି କିଛି ଘରୋଇ ଉପଚାର ଅଛି, ଯାହାକୁ ଆପଣାଇବା ଦ୍ବାରା କଫ ସମସ୍ୟାରୁ ତୁରନ୍ତ ଉପଶମ ମିଳିଥାଏ। ଆସନ୍ତୁ ଜାଣିବା କଫ ସମସ୍ୟାରୁ ମୁକ୍ତି ପାଇବାର ଘରୋଇ ଉପଚାର ବିଷୟରେ –
ଅଧା କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ, ଏକ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାଇ ଏହାକୁ ଗରମ ଗରମ ପିଅନ୍ତୁ। ଏହାଦ୍ୱାରା କଫଜନିତ ସମସ୍ୟାରୁ ଉପଶମ ମିଳିଥାଏ।
୧-ଅଦାକୁ ଛୋଟ ଛୋଟ ଆକାରରେ କାଟି ପାଣିରେ ପକାଇ ତାକୁ ଫୁଟାଇ ସେହି ମିଶ୍ରଣ ପାଣିକୁ ପିଅନ୍ତୁ। ଏହାଦ୍ବାରା କାଶରୁ ଅନେକାଂଶରେ ଲାଘବ ମିଳିବ। ଏହାବ୍ୟତୀତ ଅଦା ରସରେ ମହୁ ଏବଂ ଲେମ୍ବୁ ମିଶାଇ ପିଇବା ଦ୍ୱାରା କଫ ସମସ୍ୟା ଦୂର ହୋଇଥାଏ।
୨-ଦୁଇ ଚାମଚ ଲେମ୍ବୁ ରସରେ ଏକ ଚାମଚ ମହୁ ମିଶାଇ ତାକୁ ଉଷୁମ କରି ପିଇଲେ କାଶ ଓ କଫରୁ ଉପଶମ ମିଳିଥାଏ।
୩-ଅଧା ଚାମଚ ପିଆଜ ରସରେ ଏକ ଚାମଚ ମହୁ ମିଶାଇ ଦିନକୁ ଦୁଇ ଥର ପିଇଲେ କାଶ ସହ ଥଣ୍ଡା ସମସ୍ୟା ଦୂର ହୋଇଥାଏ।


ସେୟାର କରନ୍ତୁ