ଗୁଜୁରାତିର ଉପକାରିତା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଗୁଜୁରାତି ଖାଲି ମସଲା ନୁହେଁ ଏଥିରେ ଔଷଧୀୟ ଗୁଣ ଭରିରହିଛି। କୋଲେଷ୍ଟରଲ ସମସ୍ୟା ଥିଲେ ଏହାକୁ ପ୍ରତିଦିନ ଚା’ ପିଇବା ସମୟରେ ବ୍ୟବହାର କରନ୍ତୁ। ଏହା ଶରୀରରୁ କୋଲେଷ୍ଟରଲ କମାଇବାରେ ସହାୟକ ହେବ।

ମୁହଁରେ ବ୍ରଣ ହେଉଥିଲେ ଗୁଜୁରାତିକୁ ଗୁଣ୍ଡ କରି ଏହାର ପେଷ୍ଟ ଲଗାଇଲେ ବ୍ରଣ ଦୂର ହୋଇଥାଏ।
ଗୁଜୁରାତିକୁ ପାଣିରେ ଭିଜାଇ ସେହି ପାଣି ଫୁଟାଇ ପିଇଲେ ବାନ୍ତି ଭଲ ହୋଇଥାଏ। ଗର୍ଭାବସ୍ଥା ସମୟରେ ବାରମ୍ବାର ଆସୁଥିବା ବାନ୍ତିକୁ ମଧ୍ୟ ଗୁଜୁରାତି ରୋକିଥାଏ। ଗାଡ଼ିମୋଟରରେ ଯିବା ସମୟରେ ବାନ୍ତି ହେଉଥିଲେ ସାଥୀରେ ଗୁଜୁରାତି ପାଣି ନେଇ କି ଯାଆନ୍ତୁ। ଏହାକୁ ପିଇଲେ ବାନ୍ତି ବନ୍ଦ ହୋଇଥାଏ।
ମେଡିସିନ ଖାଇଲା ପରେ ଯଦି ଚର୍ମରୋଗ ଭଲ ହେଉନାହିଁ ତେବେ ଗୁଜୁରାତିକୁ ଗୁଣ୍ଡ କରି ଏହାର ପାଣି ଶରୀରରେ ସ୍ପ୍ରେ କରନ୍ତୁ। ତୁରନ୍ତ ଚର୍ମରୋଗ ସମସ୍ୟା ଦୂରେଇ ଯିବ ।


ସେୟାର କରନ୍ତୁ