ୱାର:200 କରୋଡ଼ର ଫିଲ୍ମ କ୍ଲାଇମେକ୍ସ,ଛଣୀ-ହାତୋଡ଼ିର ଫାଇଟ ସିନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଓଡ଼ ଆକ୍ଟର ହ୍ରିତ୍ଵିକ୍ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ୱାର’ ପ୍ରେଖ୍ୟାଳୟରେ ରିଲିଜ ହୋଇଛି। ଫିଲ୍ମ ୱାରରେ ମାଟି ,ପାଣି ଆଉ ପବନରେ ଫାଇଟ ସିନ ରହିବା ସହ ବାଇକ ଆଉ କାରର ରେସିଙ୍ଗ ସିନ ଦର୍ଶକଙ୍କୁ ଆଚମ୍ବିତ କରିଦେଉଛି ।

ଜବରଦସ୍ତ ଆକ୍ସନ ଦୃଶ୍ୟ, ଇମୋସନାଲ ଓ ଶସ୍ଫେନ୍ସ ଥ୍ରୀଲର ଭରା ଏହି ଫିଲ୍ମକୁ ଭଲ ରେସ୍ପଅନ୍ସ ମିଳୁଛି । ଆକ୍ସନ ଫିଲ୍ମ ହୋଇଥିବାରୁ ଏଥିରେ ବହୁତ ଆକ୍ସନ ଆଉ ଥ୍ରୀଲର ଦିଆଯାଇଛି। କିନ୍ତୁ ଆପଣ ଯଦି କିଛି ନୁଆଁ ଫିଲ୍ମ ଦେଖିବାକୁ ଯାଆନ୍ତି ,ସେଥିରେ କିଛି ନୂତନ ଦେଖିବାକୁ ଚାହାନ୍ତି ,ତେବେ ଏହି ଆକ୍ସନ ଫିଲ୍ମ ନିରାଶ କରିବ ନାହିଁ ।

ଫିଲ୍ମରେ ଆକ୍ସନ ମାମଲାରେ ବହୁତ କିଛି ନୂତନ ଦେଖିବାକୁ ମିଳୁଛି । କ୍ଲାଇମେକ୍ସରେ ଆପଣକୁ କିଛି ଏମିତି ଦେଖିବାକୁ ମିଳୁଛି ,ଯାହା ଅନ୍ୟ ଫିଲ୍ମରେ ଦେଖିବାକୁ ମିଳିବ ନାହିଁ ।

ମୂଷା ଆଉ ବିଲେଇ ଲମ୍ବା ଦୌଡ଼ ପରି ହ୍ରିତ୍ଵିକ୍ ଏବଂ ଟାଇଗର ଆମ୍ନା ସାମନା ହେଉଛନ୍ତି । ଫିଲ୍ମର କ୍ଲାଇମେକ୍ସରେ ଟାଇଗର ଶ୍ରଫ ଓ ହ୍ରିତ୍ଵିକ୍ ରୋଶନ ଛଣୀ ଆଉ ହାତୋଡ଼ିର ଫାଇଟ ଦୃଶ୍ୟ ଦେଖିବାକୁ ମିଳୁଛି।

ଫିଲ୍ମକୁ ମିଳୁଥିବା ପବ୍ଲିକସିଟି ଆଧାରକୁ ଦେଖି କୁହାଯାଇପାରିବକି, ଏହି ଫିଲ୍ମ ବେଶ କିଛି ରୋଜଗାର କରିପାରିବ ।ଏହି 200 କରୋଡ଼ ଫିଲ୍ମକୁ ପ୍ରଫିଟ ଲାଇନ କ୍ରସ କରିବା ପାଇଁ ହେଲେ ଆହୁରି କିଛି ଦିନ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବାକୁ ହେବ ।


ସେୟାର କରନ୍ତୁ