Bhojpuri Song: 31 କୋଟିରୁ ଅଧିକ ଥର ଦେଖାଯାଇସାରିଲାଣି ପବନ ସିଂହ ଏବଂ କାଜଲ ରାଘୱାନିଙ୍କ ଏହି ରୋମାଣ୍ଟିକ ଗୀତ

ସିନେମା
ସେୟାର କରନ୍ତୁ

ଭୋଜପୁରୀ ଷ୍ଟାର ପବନ ସିଂହ ଏବଂ କାଜଲ ରାଘୱାନିଙ୍କ ଯୋଡ଼ିକୁ ଦର୍ଶକମାନେ ବହୁତ ପସନ୍ଦ କରିଥାନ୍ତି । ଏହି ସମୟରେ ଦୁହିଁଙ୍କର ଏକ ଭୋଜପୁରୀ ଗୀତ ‘ଛଲକତା ହଁମାରୋ ଜବନିୟା’ ୟୁଟ୍ୟୁବରେ ଧମାଲ ମଚାଉଛି । ଗୀତରେ କାଜଲ ରାଘୱାନି ଏବଂ ପବନ ସିଂହଙ୍କ ବହୁତ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳୁଅଛି । ଏହି ଗୀତରେ ନୀଳ ରଙ୍ଗର ଶାଢୀରେ କାଜଲ ରାଘୱାନି ବହୁତ ଖୁବ ସୁନ୍ଦର ଦେଖାଯାଉଛନ୍ତି । ୟୁଟ୍ୟୁଵ ଉପରେ ଏପର୍ଯ୍ୟନ୍ତ ଏହି ଗୀତକୁ 31 କୋଟିରୁ ଅଧିକ ବ୍ୟୁଜ ମିଳିଲାଣି । କମେଣ୍ଟ କରି ଲୋକେ ଏହି ଦୁହିଁଙ୍କୁ ଜବରଦସ୍ତ କେମେଷ୍ଟ୍ରିର ତାରିଫ କରୁଛନ୍ତି । ଏହି ସ୍ନାଗ ସବୁଠାରୁ ଅଧିକ ଦେଖାଯାଇଥିବା ଭୋଜପୁରୀ ଗୀତ ମାନଙ୍କ ମଧ୍ୟରେ ଗୋଟିଏ ଅଟେ ।

ଏହି ଗୀତକୁ ପବନ ସିଂହ ଏବଂ ପ୍ରିୟଙ୍କା ସିଂହ ଗାଇଛନ୍ତି । ମଧୁକର ଆନନ୍ଦ ଏହି ଗୀତକୁ ସଂଗୀତ ଦେଇଛନ୍ତି ଏବଂ ଆଜାଦ ସିଂହ ଗୀତର ବୋଲ ଲେଖିଛନ୍ତି । ‘ଛଲକତା ହଁମାରୋ ଜବନିୟା’ ଗୀତଟି ଫିଲ୍ମ ‘ଭୋଜପୁରିୟା ରାଜା’ର ଅଟେ । ଏହି ଫିଲ୍ମରେ ପବନ ସିଂହ, କାଜଲ ରାଘୱାନି, ଓମେଶ ସିଂହ, ବୃଜେସ ତ୍ରିପାଠୀ ମୁଖ୍ୟ ଭୂମିକାରେ ଅଛନ୍ତି ।

କାଜଲ ରାଘୱାନି ଭୋଜପୁରୀ ଇଣ୍ଡ୍ରଷ୍ଟ୍ରିର ସବୁଠାରୁ ଫେମସ ଆକଟର୍ସ ମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ସେ ସୋସିଆଲ ମିଡ଼ିଆ ଜରିଆରେ ସବୁବେଳେ ନିଜର ଫ୍ୟାନ୍ସଙ୍କ ସାଥିରେ ଯୋଡ଼ି ରୁହନ୍ତି । ତାଙ୍କ ଇନଷ୍ଟାଗ୍ରାମରେ ଫଲୋଅର୍ଶ ସଂଖ୍ୟା ଏକ ମିଲିୟନରୁ ଅଧିକ ଅଛନ୍ତି । ଭୋଜପୁରୀ ଇଣ୍ଡ୍ରଷ୍ଟ୍ରିରେ କାଜଲ ବର୍ଷ 2013ରେ ଆସିଥିବା ଫିଲ୍ମ ‘ରିହାଇ’ରେ ପାଦ ଦେଇଥିଲେ । ଏହି ଅଭିନେତ୍ରୀ ଭୋଜପୁରୀ ଇଣ୍ଡ୍ରଷ୍ଟ୍ରିର ସବୁ ବଡ଼ ଅଭିନେତା ମାନଙ୍କ ସହ କାମ କରିଅଛନ୍ତି । କାଜଲ ଏପର୍ଯ୍ୟନ୍ତ 50ରୁ ଅଧିକ ଭୋଜପୁରୀ ଫିଲ୍ମରେ କାମ କରିସାରିଲେଣି । କାଜଲ ରାଘୱାନିଙ୍କ ଆକ୍ଟିଙ୍ଗ ଏବଂ ତାଙ୍କର ଡ୍ୟାନ୍ସକୁ ଦର୍ଶକ ଖୁବ ପସନ୍ଦ କରିଥାନ୍ତି ।


ସେୟାର କରନ୍ତୁ