ହେଙ୍ଗୁର ଯାଦୁକରୀ ଗୁଣ, ଭଲ ହେଇଯିବ ଅନେକ ରୋଗ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆପଣ ହେଙ୍ଗୁ ବ୍ୟବହାର କରୁଥିବେ ୲ ଆପଣ ଜାଣନ୍ତି କି ହେଙ୍ଗୁର ଔଷଧୀୟ ଗୁଣ ଏହର ବ୍ୟବହାର ଭଲ କରିଦିଏ ଅନେକ ରୋଗ ୲ ବିଶେଷକରି ପେଟ ଜନିତ ସମସ୍ୟା ସବୁ ଭଲ ହେଇଯାଏ ହେଙ୍ଗୁ ଖାଇବା ଦ୍ଵାରା ୲ ଏହା ଛଡା ଆହୁରି ଅନେକ ବଡ଼ ବଡ଼ ରୋଗ ମଧ୍ୟ ଭଲ ହେଇଯାଏ ହେଙ୍ଗୁ ବ୍ୟବହାର ଦ୍ଵାରା ୲

ଆସନ୍ତୁ ଜାଣିବା ହେଙ୍ଗୁ କଣ କଣ କାମରେ ଆସେ ?
ରୋଷେଇରେ ହିଙ୍ଗୁର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ବ୍ୟଞ୍ଜନର ସ୍ବାଦ ଏବଂ ସୁଗନ୍ଧ ପାଇଁ ମୁଖ୍ୟତଃ ହିଙ୍ଗୁ ବ୍ୟବହାର କରାଯାଇଥାଏ । ଡାଲିରେ ତଡ଼କା ଦେବା ପାଇଁ ହେଉ କି ତରକାରୀର ସ୍ବାଦ ବୃଦ୍ଧି । ହିଙ୍ଗୁ ସବୁବେଳେ ଆବଶ୍ୟକ ହୋଇଥାଏ। କିନ୍ତୁ ହିଙ୍ଗୁର ମଧ୍ୟ ବହୁ ଔଷଧୀୟ ଗୁଣ ରହିଛି ଯେଉଁଟା କି ଆପଣ ଜାଣି ବି ନଥିବେ । ଥଣ୍ଡା,ଛିଙ୍କ,କାଶ ପାଇଁ ହିଙ୍ଗୁ ଅତ୍ୟନ୍ତ ଉପାଦେୟ ବୋଲି ଆର୍ୟୁବେଦ ଶାସ୍ତ୍ରରେ ରହିଛି । ଏହା ବ୍ୟତୀତ ମଧ୍ୟ ବହୁ ରୋଗର ଉପଶମ ପାଇଁ ହିଙ୍ଗୁ ବ୍ୟବହାର କରାଯାଇପାରେ ।

ତେବେ ଆସନ୍ତୁ ଜାଣିବା କିପରି ହିଙ୍ଗୁ ରୋଗ ଉପଶମ କରେ…

ଚର୍ମରୋଗ: ଯାଦୁ,କାଛୁ,କୁଣ୍ଡିଆ ଆଦି ଚର୍ମରୋଗ ପାଇଁ ହିଙ୍ଗୁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ପାଣିରେ ହିଙ୍ଗୁକୁ ଗୋଳି ଏହି ପାଣିକୁ ଦେହରେ ଲଗାଇଲେ ଯାଦୁ,କାଛୁ,କୁଣ୍ଡିଆ ଭଳି ଚର୍ମରୋଗ ଦୂର ହୋଇଥାଏ। ହିଙ୍ଗୁ ଅତ୍ୟନ୍ତ ଉତ୍ତେଜକ ପଦାର୍ଥ। ତେଣୁ ଏହା ଅଧିକ ଖାଇବା ଉଚିତ୍ ନୁହେଁ। ତେବେ ପ୍ରତ୍ୟହ ଅଳ୍ପମାତ୍ରାରେ ହିଙ୍ଗୁ ଖାଇବା ଦ୍ବାରା ଲାଭ ମିଳିଥାଏ।

ନପୁଂଶକତା: ହିଙ୍ଗୁ ଖାଇବା ଦ୍ବାରା ପୁରୁଷଙ୍କ ସମସ୍ତ ପ୍ରକାର ଯୈାନରୋଗ ଦୂର ହୋଇଥାଏ । ପ୍ରତ୍ୟହ ଖାଦ୍ୟରେ ହିଙ୍ଗୁ ବ୍ୟବହାର କଲେ ନପୁଂଶକତା ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ଦାନ୍ତବିନ୍ଧା: ହିଙ୍ଗୁରେ ବହୁ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଯାହା ସଂକ୍ରମଣ ଏବଂ ବିନ୍ଧାଝିଟିକା ଦୂର କରିବାରେ ସହାୟକ ହୋଇଥାଏ । ଆପଣଙ୍କ ଦାନ୍ତ ବା ଦାନ୍ତମୂଳ ସଂକ୍ରମିତ ହୋଇ ଯଦି ବିନ୍ଧୁଥାଏ ଓ ମାଢ଼ିରୁ ରକ୍ତ ବାହାରୁଥାଏ ତାହେଲେ ହିଙ୍ଗୁ ଏକ ଅମୋଘ ଔଷଧ । ଦାନ୍ତର ଯେଉଁ ଯାଗାରେ ବିନ୍ଧା ହେଉଛି ବା ରକ୍ତ ବାହାରୁଛି ସେ ସ୍ଥାନରେ ଅଳ୍ପଟିକିଏ ହିଙ୍ଗୁ 5ମିନିଟ୍ ପର୍ଯ୍ୟନ୍ତ ଦବାଇ ରଖିଲେ ବିନ୍ଧା କମିବା ସହ ସଂକ୍ରମଣ ମଧ୍ୟ ଦୂର ହୋଇଯାଏ । ଅଳ୍ପ ପରିମାଣ ହିଙ୍ଗୁକୁ ପାଣିରେ ପକାଇ ସିଝାଇ ସାରିବା ପରେ ସେହିପାଣିକୁ ନଖ ଉଷୁମ ଅବସ୍ଥାରେ କୁଳିକଲେ ସଂକ୍ରମଣରୁ ରକ୍ଷା ମିଳିଥାଏ ।

ମୁଣ୍ଡବିନ୍ଧା: ଥଣ୍ଡା,କାଶ,ଛିଙ୍କ,ଚାପ ବା ମାଇଗ୍ରେନ୍ କାରଣରୁ ମୁଣ୍ଡବିନ୍ଧା ହେଉଥିଲେ ହିଙ୍ଗୁ ବ୍ୟବହାର ଦ୍ବାରା ଯଥେଷ୍ଟ ଉପଶମ ମିଳିଥାଏ । ଗୋଟିଏ ଚିମୁଟା ହିଙ୍ଗୁ ଦେଢ଼ କପ୍ ପାଣିରେ ପକାଇ ସିଝାଇବା ଆବଶ୍ୟକ । ଦେଢ଼ କପ୍ ପାଣି ସିଝି ସିଝି ଯେତେବେଳେ ଗୋଟିଏ କପ୍ ହୋଇଯିବ ସେ ପାଣିକୁ ସାମାନ୍ୟ ଥଣ୍ଡା କରି ପିଇଲେ ମୁଣ୍ଡବିନ୍ଧାରୁ ରକ୍ଷା ମିଳିବ ।

ମହିଳାଙ୍କ ସମସ୍ୟା: ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସମସ୍ତ ସମସ୍ୟା ହିଙ୍ଗୁଦ୍ବାରା ଦୂର ହୋଇଥାଏ । ସେହିଭଳି ମହିଳାଙ୍କ କ୍ଷେତ୍ରରେ ଦେଖା ଦେଉଥିବା ଲ୍ୟୁକୋରିଆ ଏବଂ କେଣ୍ଡଡ଼ା ଇନଫେକସନ୍ କ୍ଷେତ୍ରରେ ମଧ୍ୟ ହିଙ୍ଗୁ ବେଶ୍ ଭଲ କାମ କରିଥାଏ ।

କାଶ: ଯେକୈାଣସି ପ୍ରକାର କାଶରୁ ହିଙ୍ଗୁ ମୁକ୍ତି ଦେଇଥାଏ । ମହୁ,ଅଦାରସ ଏବଂ ହିଙ୍ଗୁ ମିଶାଇ ସେବନ କଲେ କାଶରୁ ରକ୍ଷା ମିଳିଥାଏ ।

କାନବିନ୍ଧା: କାନବିନ୍ଧା ପାଇଁ ମଧ୍ୟ ହିଙ୍ଗୁ ଭଲ କାମ କରିଥାଏ । ହିଙ୍ଗୁରେ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିଇନଫ୍ଲାମେସନ୍ ଗୁଣ ରହିଛି । ଗୋଟିଏ ଚାମଚ ବା ଦୁଇ ଚାମଚ ନଡ଼ିଆ ତେଲରେ ଗୋଟିଏ ଚୁଟକି ହିଙ୍ଗୁ ପକାଇ ତେଲକୁ ଗରମ କରିବା ଦରକାର । ତେଲ ସାମାନ୍ୟ ଥଣ୍ଡା ହେବା ପରେ ଏହାକୁ କାନ ମଧ୍ୟରେ ପକାଇଲେ ତୁରନ୍ତ ଉପଶମ ମିଳିଥାଏ ।

ସବୁ ପ୍ରକାର ପେଟ ସମସ୍ୟା: ସବୁ ପ୍ରକାର ପେଟ ସମସ୍ୟା ପାଇଁ ହିଙ୍ଗୁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପ୍ରାଚୀନ କାଳରୁ ପେଟ ସମସ୍ୟାର ମୁଖ୍ୟ ଔଷଧ ବୋଲି ହିଙ୍ଗୁକୁ ହିଁ ବିବେଚନା କରାଯାଇ ଆସିଛି । ବଦହଜମି,ଗ୍ୟାସ୍ ଏବଂ କୃମିଦୋଷ ପାଇଁ ହିଙ୍ଗୁ ଉପାଦେୟ ହୋଇଥାଏ ।


ସେୟାର କରନ୍ତୁ