‘ପାନୀପତ’-55 ସେକେଣ୍ଡର ସିନ ମେକର୍ସ ପାଇଁ ପଡିଲା ଭାରି,ଏହି ଡାଇଲଗ ପାଇଁ ବିବାଦ

ସିନେମା
ସେୟାର କରନ୍ତୁ

ଅର୍ଜୁନ କପୁର,କୃତି ସେନନ ଏବଂ ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ପାନୀପତ’ ବିବାଦ ଘେରରେ ରହିଅଛି । ରାଜସ୍ଥାନରେ ଆଶୁତୋଷ ଗୋଆରିକରଙ୍କ ଫିଲ୍ମର ଏକ 55 ସେକେଣ୍ଡର ସିନକୁ ନେଇ ବିରୋଧ ପ୍ରଦର୍ଶନ ହେଉଅଛି । ଏହି 55 ସେକେଣ୍ଡର ଡ଼ାଇଲଗକୁ ନେଇ ଜାଟ ସମୁଦାୟ ଆକ୍ରମକ ହୋଇ ଉଠୁଛନ୍ତି । ତେବେ କଣ ଅଛି ଏହି ସିନରେ ? କାହିଁକି ଫିଲ୍ମକୁ ନେଇ କରି ବିବାଦ ଉଠୁଛି,ଆସନ୍ତୁ ଜାଣିବା ।

କଣ ପାଇଁ ହେଉଛି ବିବାଦ ?
‘ପାନୀପତ’ରେ ଭରତ ପୁରର ମହାରାଜା ସୁରଜମଲଙ୍କ ରୋଲକୁ ନେଇ ବିବାଦ ଅଛି । ଜାଟମାନଙ୍କର ଆରୋପ ଏଇଆ କି ଫିଲ୍ମରେ ମହାରାଜ ସୁରଜମଲଙ୍କ ଭୂମିକାକୁ ଭୁଲ ଢଙ୍ଗରେ ପ୍ରସ୍ତୁତ କରି ଛଡା ଯାଇଅଛି । ରାଜସ୍ଥାନର ଜାଟ ନେତା ମାନେ ମଧ୍ୟ ଖୁବ ଜୋରରେ ବିରୋଧ କରୁଅଛନ୍ତି ।

କଣ ଅଛି ଏ ବିବାଦିତ ସିନରେ ?
55 ସେକେଣ୍ଡର ଏହି ସିନ ଯାହା ପୁରା ଫିଲ୍ମ ଉପରେ ଭାରି ପଡି ଅଛି,ଏଥିରେ ‘ପାନୀପତ’ ଯୁଦ୍ଧ ପୂର୍ବରୁ ରାଜା ସୁରଜମଲ ଏବଂ ସଦାଶିବ ରାଓଙ୍କ ମଧ୍ୟରେ କଥା ହେଉ ଥିବାର ଦୃଶ୍ୟ ଦେଖାଯାଇଅଛି । ଏହି ସିନରେ ମହାରାଜ ସୁରଜମଲ କହୁଛନ୍ତି,’ଆଗରେ ଥିବା କିଲା ମୋତେ ସମର୍ପି ଦିଅନ୍ତୁ ନଚେତ ଯୁଦ୍ଧ ଛାଡ଼ିକରି ଚାଲିଯିବି । ଏହାର ଜବାବରେ ସଦାଶିବ କହିଲେ,ମଂଜୁର ନୁହେଁ,ଆପଣ ଯାଇ ପାରନ୍ତି ।’ ଏହି ସିନକୁ ଦେଖିବା ପରେ ଜାଟ ନେତା ମେକର୍ସ ଉପରେ ମହାରାଜ ସୁରଜମଲଙ୍କୁ ଲାଞ୍ଚୁଆ ଦେଖାଉଥିବାର ଆରୋପ ଲଗାଉଛନ୍ତି ।

‘ପାନୀପତ’ ବିରୋଧରେ ହେଇଛି କଣ କଣ ?
‘ପାନୀପତ’ ରିଲିଜ ପରେ 8 ଡିସେମ୍ବରରେ ରାଜସ୍ଥାନର କେତେ ଜାଗାରେ ହିଂସା ଦେଖିବାକୁ ମିଳିଛି । ଜୟପୁର ସମେତ କିଛି ସିନେମା ଘରଗୁଡ଼ିକରେ ତୋଡ ଫୋଡ଼ ଦେଖିବାକୁ ମିଳିଛି । ରାଜସ୍ଥାନରେ ଫିଲ୍ମକୁ ନେଇ କରି ହେଉଛି ବିରୋଧ ଏବଂ ହିଂସା ପରେ କିଛି ସିନେମା ଘରଗୁଡ଼ିକରେ ‘ପାନୀପତ’ର ସ୍କ୍ରିନିଙ୍ଗ ରୋକା ଯାଇଅଛି । ‘ପାନୀପତ’କୁ ଏଇଥି ପାଇଁ ମଧ୍ୟ ଆୟ କରି ବଜେଟ ବାହାର କରିବା କଷ୍ଟ ହେଉଛି । ଏମିତିରେ ଗୋଟିଏ ରାଜ୍ୟରେ ଫିଲ୍ମର ସ୍କ୍ରିନିଙ୍ଗ ଉପରେ ରୋକ ଲାଗିବା,ମୁବିର ବିଜନେସ ପାଇଁ ନୁକସାନ ସାବିତ ହେଉଛି ।


ସେୟାର କରନ୍ତୁ