ଗର୍ଭାବସ୍ଥାରେ ଅନୁଷ୍କାଙ୍କୁ ବିରାଟ କରାଇଲେ ଶୀର୍ଷାସନ, ଫଟୋ ପୋଷ୍ଟ କରି ଅଭିନେତ୍ରୀ କହିଲେ- ଡାକ୍ତର କହିଥିଲେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଜଲ୍ଦି ହିଁ ନିଜର ପ୍ରଥମ ପିଲାଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି । ଏହି ନିକଟରେ ଅନୁଷ୍କା ଶର୍ମା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଫଟୋରେ ଅନୁଷ୍କା ଶର୍ମା ଶୀର୍ଷାସନ କରୁଥିବା ନଜର ଆସିଛନ୍ତି । ବିରାଟ କୋହଲି ତାଙ୍କୁ ଏଥିରେ ସାହାଯ୍ୟ କରୁଥିବାର ଦେଖାଯାଉଛନ୍ତି । ଫଟୋରେ ଅନୁଷ୍କାଙ୍କ ବେବି ବମ୍ପ୍ ପରିଷ୍କାର ଭାବେ ଦେଖାଯାଉଛି ଏବଂ ବିରାଟ ଖୁବ୍ କେୟାରଫୁଲ୍ ହୋଇ ତାଙ୍କ ଗୋଡ଼କୁ ସପୋର୍ଟ ଦେଉଛନ୍ତି ।

ଅନୁଷ୍କା ଲେଖିଛନ୍ତି ଯେ, ‘ଏହି ଏକ୍ସରସାଇଜରେ ହାତ ତଳେ ଏବଂ ଗୋଡ଼ ଉପରେ, ଏହା ସବୁଠାରୁ କଠିନ ଅଟେ । କାହିଁକି ନାଁ ଯୋଗ ମୋର ଜୀବନର ବଡ଼ ଅଂଶ ଅଟେ, ତେବେ ମୋତେ ଡାକ୍ତର କହିଛନ୍ତି ଯେ ସେ ସବୁ ଆସନ କରି ହେବ ଯାହା ମୁଁ ଗର୍ଭ ଧାରଣ ପୂର୍ବରୁ କରୁଥିଲି, କିନ୍ତୁ ଉଚିତ ଏବଂ ଜରୁରୀ ସପୋର୍ଟ ସହ । ଶୀର୍ଷାସନ ଯାହା ସେ ଦୀର୍ଘ ବର୍ଷରୁ କରି ଆସୁଛି । ମୁଁ ଚିନ୍ତା କରୁଥିଲି କି ଯେ କାନ୍ଥ ସାହାଯ୍ୟରେ ସେ ଏହାକୁ କରିବେ , କିନ୍ତୁ ମୋର ସ୍ବାମୀ ମୋତେ ସମ୍ପୂର୍ଣ ସପୋର୍ଟ କଲେ । ତେବେ ଏହା ମୋର ଯୋଗ ଟିଚର ଦେଖା ସୁଣାରେ ହୋଇଅଛି ।’

ଅନୁଷ୍କା ଶର୍ମାଙ୍କ ଏହି ଫଟୋ ଖୁବ ଭାଇରଲ ହେଉଅଛି ଏବଂ ଲୋକେ ଏହା ଉପରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । କହିବାକି ଅନୁଷ୍କା ଶର୍ମା ପିକେ,ବ୍ୟାଣ୍ଡ ବାଜା ବାରାତ, ସୁଲତାନ ଏବଂ ଏ ଦିଲ ହେ ମୁସକ୍ୟୁଲ ଭଳି ସାନଦାର ଆକ୍ଟିଙ୍ଗରେ ଲୋକଙ୍କ ହୃଦୟରେ ଏକ ଖାସ ପରିଚୟ ସୃଷ୍ଟି କରିଛନ୍ତି ।


ସେୟାର କରନ୍ତୁ