ସବୁଦିନ ଖାଆନ୍ତୁ ଡ୍ରାଏ ଫୁଡ୍ସ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଡ୍ରାଏଫ୍ରୁଟସ୍ ଖାଇବାକୁ ଯେମିତି ପାଟିକୁ ସ୍ୱାଦିଷ୍ଟ ଲାଗେ ଠିକ ସେହିପରି ଆମ ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ସବୁ ଡ୍ରାଏଫ୍ରୁଟସ ର କିଛି ନା କିଛି ବିଶେଷ ଗୁଣ ରହିଛି ଏହା ଆମ ଶରୀର ର ଅନେକ ଅତିଆବଶ୍ୟକୀୟ ପୋଷକ ତତ୍ୱ ପୁରା କରିବାରେ ମଧ୍ୟ ସକ୍ଷମ । ଶୀତ ଦିନର ଆରମ୍ଭରେ ଆସନ୍ତୁ ଜାଣିବା କାଜୁ, କିସମିସ୍, ପେସ୍ତା ବାଦାମ, ଅଖରୋଟ ଭଳି ଡ୍ରାଏଫ୍ରୁଟସ ମାନଙ୍କ ବିଷୟରେ ।

କାଜୁ
ହାଲକା ମିଠା ଲାଗୁଥିବା ଏହି କାଜୁ ଖାଇବାକୁ ସମସ୍ତଙ୍କୁ ବହୁତ ପସନ୍ଦ । ଏଥିରେ ଥିବା ଆଣ୍ଟି-ଏଜିଂ ତତ୍ୱ ଆମ ତ୍ୱଚାର ଚମକ ବୃଦ୍ଧି କରାଇବାରେ ସହାୟକ ହୋଇଥାଏ କିସମିସ ।
ପ୍ରତିଦିନ କିସମିସ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ପୁରା ହୋଇଥାଏ । ଏଥିରେ ଥିବା ଗ୍ଳୁକୋଜ୍ ଓ ଫ୍ରୁକ୍ଟୋଜ୍ ହାଡକୁ ଶକ୍ତ ଓ ସୁସ୍ଥ ରଖିଥାଏ ।

ପେସ୍ତା ବାଦାମ
ପେସ୍ତା ବାଦାମକୁ ଯେମିତି ଖାଇଲେ ବି ଏହା ଆମ ଶରୀର ପକ୍ଷେ ଲଭଜନକ ହୋଇଥାଏ । ଏଥିରେ ଥିବା ଭିଟାମିନ୍-ଇ, ପ୍ରୋଟିନ, ଫାଇବର, ଓମେଗା-3, ଓମେଗା-6, ପୋଟାସିୟମ, କ୍ୟାଲସିୟମ ଆମ ଶରୀରକୁ ଅଧିକାଂଶ ରୋଗରୁ ରକ୍ଷା କରିଥାଏ ।
ଅଖରୋଟ
ମତିଷ୍କ ଆକୃତିର ଅଖରୋଟ ପ୍ରକୃତରେ ଆମ ମତିଷ୍କ ପକ୍ଷେ ବହୁତ ହିତକାରକ । ଏହାକୁ ନିୟମିତ ସେବନ ଦ୍ୱାରା ଶରୀରର ଅଗଣିତ ହୀତ ସାଧନ ହୋଇଥାଏ ।


ସେୟାର କରନ୍ତୁ