ବ୍ଲଡ ପ୍ରେସର ନିୟନ୍ତ୍ରଣ ପାଇଁ ଆପଣାନ୍ତୁ ଏହି ଉପାୟ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଉଚ୍ଚ ରକ୍ତଚାପ ଜନିତ ସମାସ୍ୟା ଏବେ ଏକ ସାଧାରଣ ରୋଗରେ ପରିଣତ ହେଲାଣି । ଘରେ ଘରେ ଏବେ କେହି ନା କେହି ଏହି ସମସ୍ୟାରେ ଜଡିତ ଥିବା ଦେଖିବାକୁ ମିଳିଥାନ୍ତି । ଏହି ରୋଗ ଯେ କେବଳ ବୟସ୍କ ଲୋକଙ୍କ ପାଖରେ ଦେଖାଯାଇଥାଏ ତାହା ନୁହେଁ ବଂର ଏହା ଏବେ କମ ବୟସର ପିଲାମାନଙ୍କ ଠାରେ ଦେଖିବାକୁ ମିଳୁଛି । ତେବେ ଦିନକୁ ଦିନ ବିଗୁଡୁ ଥିବା ଜୀବନଶୈଳୀ ଏହାର ଏକ ପ୍ରମୁଖ କାରଣ ଅଟେ । ଏହି ରୋଗରୁ ରକ୍ଷା ପାଇବା ପାଇଁ ଲୋକମାନେ ବିିଭିନ୍ନ ଡାକ୍ତରୀ ମେଡିସିନର ସେବନ କରିଥାନ୍ତି । ଯାହାଫଳରେ ଅନେକ ସମୟରେ ଏହିସବୁ ମେଡିସିନର ପ୍ରଭାବରେ ସେମାନଙ୍କୁ ଅନ୍ୟ ପ୍ରକାରର ରୋଗ ହେଉଥିବା ଦେଖିବାକୁ ମିଳିଥାଏ । କିନ୍ତୁ ଆମେ ଯଦି କିଛି ଘରୋଇ ଉପଚାରକୁ ଗ୍ରହଣ କରିବା ତେବେ ବଡ଼ବଡ଼ ରୋଗରୁ ମଧ୍ୟ ରକ୍ଷା ପାଇପାରିବା । ସେହିଭଳି କିଛି ଘରୋଇ ଉପଚାରରୁ ମଧ୍ୟ ଉଚ୍ଚ ରକ୍ତଚାପ ଜନିତ ରୋଗରୁ ଆମେ ଆଶ୍ୱସ୍ତି ପାଇପାରିବା । ତେବେ ଆସନ୍ତୁ ଜାଣିବା ସେସବୁ ଘରୋଇ ଉପଚାର ଗୁଡିକ କଣ ଓ ସେଥିରୁ କିପରି ଆମେ ଉଚ୍ଚ ରକ୍ତଚାପ ଜନିତ ସମାସ୍ୟାରୁ ରକ୍ଷା ପାଇ ପାରିବେ ।

ଅଁଳା – ଏହା ଏପରି ଏକ ଫଳ ଅଟେ ଯାହା ଆପଣଙ୍କୁ ଅନେକ ବଡ ବଡ ରୋଗ ଠାରୁ ଆରାମ ପ୍ରଦାନ କରିଥାଏ । ଅଁଳା ଯେ କେବଳ ଉଚ୍ଚ ରକ୍ତଚାପ ଜନିତ ସମାସ୍ୟା ଦୂର କରିଥାଏ ତାହା ନୁହେଁ ଏହା ଆହୁରୀ ଅନେକ ରୋଗକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଜନିତ ସମାସ୍ୟା ରହୁଛି ତେବେ ଆପଣ ଖଣ୍ଡ ଅଁଳା କିମ୍ବା ଅଁଳାକୁ ଗୁଣ୍ଡ କରି ଖାଇ ପାରିବେ ଯାହା କି ଆପଣଙ୍କୁ ଅନେକ ଫାଇଦା ପହଞ୍ଚାଇବ । ଏହା ବ୍ୟତିତ ଆପଣ ଅଁଳାରେ ମହୁକୁ ମିଶାଇ ଖାଇ ପାରିବେ ଯାହା ଆପଣଙ୍କ ସଠିକ ରକ୍ତ ସଂଞ୍ଚାର କରିବାରେ ସାହାର୍ଯ୍ୟ କରିବ ।

ଗୋଲମରିଚ – ବେଳେ ବେଳେ ହଠାତ ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ବଢିଯାଉଛି ତେବେ ଆପଣ ଅଧା ଗ୍ଲାସ ପାଣିରେ କିଛି ଗୋଲମରିଚ ମିଶାଇ ପିଅନ୍ତୁ । ଏହା ସଙ୍ଗେ ସଙ୍ଗେ ଆପଣଙ୍କର ଉଚ୍ଚ ରକ୍ତଚାପକୁ କମ କରିବା ସହ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ଆଣିଥାଏ । ଗୋଲମରିଚ ଯେ କେବଳ ଉଚ୍ଚ ରକ୍ତଚାପ ଜନିତ ସମାସ୍ୟା ଦୂର କରିଥାଏ ତାହା ନୁହେଁ ଏହା ଅନେକ ରୋଗକୁ ଠିକ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ହୁଏତ ଆପଣମାନେ ଜାଣିଛେ ଏବଂ ଅନେକ ବାର ଶୁଣିଥିବେ କି ଗୋଲମରିଚ ପେଟର ପାଚନକ୍ରିୟାକୁ ସଠିକ କରିବାରେ ସାହାର୍ଯ୍ୟ କରିଥାଏ ଏବଂ ଦାନ୍ତ ବିନ୍ଧା ହେଲେ ଏହାକୁ ବ୍ୟବହାର କଲେ ଦାନ୍ତ ବିନ୍ଧା ମଧ୍ୟ ଦୂର କରିଥାଏ । ହେଲେ ଆପଣ ଜାଣିଛନ୍ତି କି ଯଦି କେବେ ଆପଣଙ୍କର ଗୋଡ କେଉଁଠି ମୋଡି ହୋଇ ଫୁଲି ଯାଉଛି ତେବେ ଗୋଲମରିଚକୁ ବାଟି ଫୁଲି ଥିବା ସ୍ଥାନରେ ଲଗାଇଲେ ଏହା ଫୁଲା କମାଇ ଦେଇଥାଏ ।

ରସୁଣ – ଉଚ୍ଚ ରକ୍ତଚାପ ଜନିତ ସମାସ୍ୟା ଦୂର କରିବାରେ ରସୁଣର ବଡ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି । ରସୁଣକୁ ଅତ୍ୟଧିକ ପରିମାଣରେ ଖାଇବା ଫଳରେ ଏହାର ଶରୀରର ଇମ୍ୟୁନିଟି ବଢାଇବା ସହ କେଶ ଓ ତ୍ୱଚାର ଯତ୍ନ ମଧ୍ୟ ନେଇଥାଏ । ହେଲେ ରସୁଣକୁ କେବେ ବି ଆପଣ ରୋଷେଇ କରି ଖାଇବେ ନାହିଁ କାରଣ ଏହା କରିବା ଫଳରେ ଏଥିରେ ଥିବା ପୋଷକ ତତ୍ୱ ମରି ଯାଇଥାଏ । ତେଣୁ ଆପଣ କଞ୍ଚା ରସୁଣକୁ କିଛି ପାଣି ସହ ମିଶାଇ ଖାଇବା ଫଳରେ ଏହା ଶରୀରକୁ ଫାଇଦା ପହଞ୍ଚାଇବ ।

ପିଆଜ – ପିଆଜର ଫାଇଦା ସମ୍ପର୍କରେ ଆପଣ ଅନେକ ଥରେ ଶୁଣି ଥିବେ । କିନ୍ତୁ ଆପଣ ଜାଣନ୍ତି କି ଉଚ୍ଚ ରକ୍ତଚାପ ଜନିତ ସମାସ୍ୟା ଦୂର କରିବା ପାଇଁ ପିଆଜ ଭୁମିକା ମଧ୍ୟ ରହିଛି । ପିଆଜ ଖାଇବା ଫଳରେ ଏହା ରକ୍ତ ଚାପ ନିୟନ୍ତ୍ରଣ କରିଥାଏ । ପିଆଜରେ କ୍ୱେରସେଟିନ ନାମକ ଫ୍ଲେବନାଏଡ୍ସ ତତ୍ୱ ଭରପୂର ପରିମାଣରେ ମିଳିଥାଏ । ଯାହା ରକ୍ତ ବାହିକା ପତଳା କରାଇଥାଏ । ଏହି କାରଣରୁ ପିଆଜ ଖାଇବା ଫଳରେ ଉଚ୍ଚ ରକ୍ତଚାପ ଜନିତ ସମାସ୍ୟା ମଧ୍ୟ ଦୂର ହୋଇଥାଏ ।


ସେୟାର କରନ୍ତୁ