ଶ୍ରୀଦେବୀ ପୁରୁଷମାନଙ୍କୁ ନେଇ ନିଜର ନିଷ୍ପତ୍ତିକୁ ଭରସା କରୁ ନ ଥିଲେ , ଜାହ୍ନବୀଙ୍କ ଖୁଲାସା

ସିନେମା
ସେୟାର କରନ୍ତୁ

ମୁମ୍ବାଇ :ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଫ୍ୟାଶନ ମାଗାଜିନ୍‌ ବ୍ରାଇଡାଲ ଟୁଡେକୁ ସାକ୍ଷାତକାର ଦେଇ ନିଜ ମା’ଙ୍କ ସହ ଜଡ଼ିତ ଏକ ନୂଆ କଥାର ଖୁଲାସା କରିଛନ୍ତି ।ଜାହ୍ନବୀ କପୁର ନିଜ ଫିଲ୍ମକୁ ଛାଡ଼ିଦେଲେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି ।ଜାହ୍ନବୀଙ୍କ ମା’ ତଥା ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀ ଆଜି ଏ ଦୁନିଆରେ ନ ଥିଲେ ମଧ୍ୟ ନିଜ ପରିବାର ଲୋକଙ୍କ କଥାରେ ସେ ସବୁବେଳେ ରହିବେ ।
ଫ୍ୟାଶନ ମାଗାଜିନ୍‌ ବ୍ରାଇଡାଲ ଟୁଡେର ସାକ୍ଷାତକାରରେ ପଚରା ଯାଇଥିଲା, କେବେ ସେ ନିଜ ବିବାହ ବିଷୟରେ ଶ୍ରୀଦେବୀଙ୍କ ସହ ଆଲୋଚନା କରୁଥିଲେ କି ?ଯାହାର ଉତ୍ତର ରଖି ସେ କହିଛନ୍ତି, ହଁ, ଆମେ ଆଲୋଚନା କରୁ ।କିନ୍ତୁ ମା’ ପୁରୁଷମାନଙ୍କୁ ନେଇ ନିଜର ନିଷ୍ପତ୍ତିକୁ କେବେ ଭରସା କରନ୍ତି ନାହିଁ ବୋଲି କହୁଥିଲେ । କାରଣ ସେ ଖୁବ୍‌ ଶୀଘ୍ର ପ୍ରେମରେ ପଡ଼ି ଯାଉଥିଲେ ।


ସେୟାର କରନ୍ତୁ