କଦଳୀ, ରସୁଣ, ବ୍ରେଡ ଏବଂ ଆଳୁକୁ ଫ୍ରିଜରେ ରଖିବା ଉଚିତ କି ନୁହେଁ, ଜାଣନ୍ତୁ- ଏହାର ଫାଇଦା ଓ ନୁକସାନ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ସାଧାରଣତଃ ବଜାରରୁ ଆଣୁଥିବା ଜିନିଷକୁ ତାଜା ରଖିବା ପାଇଁ ବହୁତ ଭଲ ମାଧ୍ୟମ ଫ୍ରିଜ ମାନାଯାଇଥାଏ । କିନ୍ତୁ କିଛି ଏମିତି ଜିନିଷ ଅଛି ଯାହାକୁ ଫ୍ରିଜରେ ରଖିଲେ ସ୍ୱାଦ ଏବଂ ଆକାର ଜଲ୍ଦି ନଷ୍ଟ ହୋଇଯାଇଥାଏ । ତାହାର ରଙ୍ଗ କଳା ପଡ଼ିଯାଇଥାଏ । ଆସନ୍ତୁ ଜାଣିବା, ଖାଇବା ପାଇଁ କେଉଁ ଜିନିଷକୁ ଫ୍ରିଜରେ ରଖିବା ନାହିଁ ।

କେଉଁ ଜିନିଷକୁ ଫ୍ରିଜରେ ରଖିବା ନାହିଁ
କଦଳୀ- ପାଚିଥିବା କଦଳୀ ଫ୍ରିଜରେ କିଛି ଦିନ ପର୍ଯ୍ୟନ୍ତ ନିଜର ସ୍ଥିତିରେ ରହିପାରେ । କିନ୍ତୁ କିଛି କଞ୍ଚା ଏବଂ ଟାଣ କଦଳୀ ଫ୍ରିଜରେ ପାଚିବ ନାହିଁ । କଦଳୀ ଉଷ୍ଣକଣ୍ଟିବନ୍ଧୀୟ ଫଳ ଅଟେ । କଦଳୀର ସେଲର ପ୍ରାଚୀରରେ ଥଣ୍ଡାରୁ ବଞ୍ଚାଇବା ପାଇଁ କିଛି ପ୍ରାକୃତିକ ସୁରକ୍ଷା କବଚ ନାହିଁ । ଯେଉଁଥି ପାଇଁ କଦଳୀ ଥଣ୍ଡା ତାପମାନ କାରଣରୁ ଢ଼ିଲା ପଡିଯାଇଥାଏ ।

ରସୁଣ- ରସୁଣକୁ ପ୍ଲାଷ୍ଟିକ ବ୍ୟାଗ ୟା ଫ୍ରିଜରେ ରଖିଲେ ଫାଂଫୁଦଯୁକ୍ତ ହୋଇକରି ଢିଲା ପଡିଯାଇଥାଏ । ରସୁଣକୁ ସୁରକ୍ଷିତ ରଖିବାର ଭଲ ତରିକା ଘରେ ତାପମାନରେ ଶୁଖାଇବା ଏବଂ ଅନ୍ଧାରି ଜାଗାରେ ରଖିଲେ ତାଜା ରହିଥାଏ । ଘର ଏମିତି ହେବା ଦରକାର ଯେଉଁଥିରେ ପବନ ଟିକେ ଆସିବା ପାଇଁ ମାମୁଲି ଆଲୁଅ ଆସୁଥିବ ।

ବ୍ରେଡ- ରେଫ୍ରିଜରେଟର ବ୍ରେଡ ପାଇଁ ସେତେଟା ଫାଇଦାମନ୍ଦ ନୁହେଁ । ବ୍ରେଡ଼କୁ ଫ୍ରିଜରେ ଥଣ୍ଡା ରଖିବା ଦ୍ୱାରା ଏହାର ସ୍ୱାଦ ପ୍ରଭାବିତ ହୋଇଥାଏ । ଥଣ୍ଡା ତାପମାନ ଷ୍ଟାର୍ଚ୍ଚର କାରଣ ବନିଥାଏ । ଫ୍ରିଜରେ ବ୍ରେଡ ରଖିଲେ ଶୁଖିଯାଇଥାଏ ।

ଆଳୁ- ଆଳୁକୁ ଶୁଖିଲା ଏବଂ ଥଣ୍ଡା ଜାଗାରେ ରଖାଯାଇଥାଏ । ଫ୍ରିଜରେ ଆଳୁକୁ ରଖିଲେ ଏହାର ଷ୍ଟାର୍ଚ୍ଚ ମିଠାରେ ପରିଣତ ହୋଇଥାଏ । ଯେଉଁଥିପାଇଁ ତାହାର ଆକାରରେ ଫରକ ପଡିବ ଏବଂ ରଙ୍ଗହୀନ ହେବାର କାରଣ ବନିବ । ଏମିତି ସ୍ଥିତିରେ ରାନ୍ଧିଲେ ତାହାର ସ୍ୱାଦ ମିଠା ଲାଗିବ । ଆଳୁ ପାଇଁ 45 ଡିଗ୍ରୀ ତାପମାନ ସବୁଠାରୁ ଭଲ ହୋଇଥାଏ ।


ସେୟାର କରନ୍ତୁ