ରାଜ୍ୟରେ ସୁସ୍ଥ ହେଲେ 123 କରୋନା ଆକ୍ରାନ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 123 କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହ ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଭାଇରସରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା 1604 ପହଞ୍ଚିଛି । ଏହି ସୁସ୍ଥ ହୋଇଥିବା 123 ଜଣଙ୍କ ମଧ୍ୟରେ ଗଞ୍ଜାମରୁ 35 ଜଣ, କଟକରୁ 22 ଜଣ, ନୂଆପଡ଼ା 14 ଜଣ, ବଲାଙ୍ଗୀରରୁ 14 ଜଣ, ଖୋର୍ଦ୍ଧାରୁ 10 ଜଣ, କନ୍ଧମାଳରୁ 7 ଜଣ, କୋରାପୁଟ 5 ଜଣ, କେନ୍ଦ୍ରାପଡ଼ା 4 ଜଣ ଏବଂ ବାଲେଶ୍ୱର, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରୁ 3-3 ଜଣ ଓ ଅନୁଗୁଳ, ମୟୂରଭଂଜ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ