ରାଜ୍ୟରେ 210 କରୋନା ପଜିଟିଭ ଚି଼ହ୍ନଟ,ମୋଟ ସଂଖ୍ୟା 5962

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 210 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା 5962ରେ ପହଞ୍ଚିଛି । ଏହି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 174 ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ଏବଂ 36 ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ ସୂଚନା ଦିଆଯାଇଛି ।

ତେବେ ଏହି ଚିହ୍ନଟ ହୋଇଥିବା 210 ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ 47 ଜଣ, କେନ୍ଦୁଝର ଜିଲ୍ଲାରୁ 5 ଜଣ, ଦେବଗଡ ଜିଲ୍ଲାରୁ ଜଣେ, ନବରଙ୍ଗପୁର ଜିଲ୍ଲାରୁ 2 ଜଣ, ନୟାଗଡ ଜିଲ୍ଲାରୁ 3 ଜଣ, ଗଞ୍ଜାମ ଜିଲ୍ଲାରୁ 58 ଜଣ, କଟକ ଜିଲ୍ଲାରୁ 5 ଜଣ, ଅନୁଗୋଳ ଜିଲ୍ଲାରୁ ଜଣେ, ବାଲେଶ୍ବର ଜିଲ୍ଲାରୁ 2 ଜଣ, ଢେଙ୍କାନାଳ ଜିଲ୍ଲାରୁ 7 ଜଣ, ଯାଜପୁର ଜିଲ୍ଲାରୁ 8 ଜଣ, ପୁରୀ ଜିଲ୍ଲାରୁ 8 ଜଣ, ଗଜପତି ଜିଲ୍ଲାରୁ 29 ଜଣ, ସୁନ୍ଦରଗଡ ଜିଲ୍ଲାରୁ 6 ଜଣ, କେନ୍ଦ୍ରାପଡା ଜିଲ୍ଲାରୁ 3 ଜଣ, ସମ୍ବଲପୁର ଜିଲ୍ଲାରୁ ଜଣେ, ବଲାଙ୍ଗୀର ଜିଲ୍ଲାରୁ 11 ଜଣ, ମୟୁରଭଞ୍ଜ ଜିଲ୍ଲାରୁ 7 ଜଣ ଏବଂ ଅମ୍ଫାନ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଫେରିଥିବା 6 ଜଣ ଏନଡିଆରଏଫ କର୍ମଚାରୀ ରହିଛନ୍ତି ।

ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା 5962ରେ ପହଞ୍ଚିଅଛି । ଏମାନଙ୍କ ମଧ୍ୟରୁ 1815 ଆକ୍ଟିଭ କେସ ରହିଅଛି ଏବଂ 4123 କରୋନା ରୋଗୀ ଠିକ ହୋଇ ଘରକୁ ଯାଇଛନ୍ତି । ସେହିପରି 17 ଜଣଙ୍କର ମୃତ୍ୟୁ ଏଥିରେ ହୋଇଅଛି ।


ସେୟାର କରନ୍ତୁ