ବ୍ୟବହାର କରନ୍ତୁ ଲେମ୍ବୁଚୋପା ଦୂର ହେଇଯିବ ଅନେକ ସମସ୍ୟା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆପଣ ଲେମ୍ବୁ ଖାଇଥିବେ ଏବଂ ଏହାର ଚୋପାକୁ ଫୋପାଡିଦେଉଥିବେ ନିଶ୍ଚିତ। ଲେମ୍ବୁରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ। ଏଥିପାଇଁ ଲୋକମାନେ ଲେମ୍ବୁ ଖାଇବା ପରେ ତାର ଚୋପାକୁ ଫୋପାଡିଦେଇଥାନ୍ତି। ଆପଣ କମଳା ଚୋପା କିମ୍ବା ବିଭିନ୍ନ ଫଳ ଏବଂ ପନିପରିବା ଚୋପାର ଉପକାରିତା ବିଷୟରେ ନିଶ୍ଚିତ ଜାଣିଥିବେ। ଆପଣ ମଧ୍ୟ ଲେମ୍ବୁ ଖାଇ ସାରିବା ପରେ ତା’ର ଚୋପାକୁ ଫୋପାଡିଦେଉଥିବେ । କିନ୍ତୁ ଏହାର ଅନେକ ଫାଇଦା ରହିଛି। ଲେମ୍ବୁଚୋପାକୁ ଆପଣ କେବଳ ଫେସପ୍ୟାକ୍ କିମ୍ବା ଆଚାର ନୁହେଁ ବରଂ ଅନେକ କାମରେ ଲଗାଇପାରିବେ।
– ଲେମ୍ବୁ ଚୋପାରେ ଆପଣ ଚଟଣୀ ପ୍ରସ୍ତୁତ କରିପାରିବେ। ଚଟଣୀ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ଲେମ୍ବୁଚୋପା, ଲୁଣ, ଲଙ୍କା ପାଉଡର ପକାଇ ଭଲ ଭାବେ ପେଷ୍ଟ କରିଦିଅନ୍ତୁ।
– ଲେମ୍ବୁ ଚୋପାକୁ ଭଲ ଭାବେ ଗୁଣ୍ଡ କରି ଶୁଖାଇ ଦିଅନ୍ତୁ। ଏବେ ଏହାକୁ ପାଣିରେ ପକାଇ ପିଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ।


ସେୟାର କରନ୍ତୁ