ବିବାଦ ଘେରରେ ଇତିହାସ ଉପରେ ହେଉଥିବା ଫିଲ୍ମ ‘ପାନିପତ’

ସିନେମା
ସେୟାର କରନ୍ତୁ

ମୁମ୍ୱାଇ: ପ୍ରଖ୍ୟାତ ନିର୍ଦ୍ଦେଶକ ଆଶୁତୋଷ ଗୋୱାରକରଙ୍କ ଇତିହାସ ଉପରେ ହେଉଥିବା ନୂଆ ହିନ୍ଦୀ ସିନେମା ‘ପାନିପତ’ ରିଲିଜ୍ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏହା ବିବାଦଭିତରକୁ ଟାଣି ହୋଇ ଯାଇଛି ।

ଏହି ସିନେମାରେ ଟ୍ରେଲରରେ ଦେଖାଯାଉଥିବା ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନୟର ଏକ ସଂଳାପକୁ ନେଇ ବିବାଦ ଉଠିଛି । ଏହି ଫିଲ୍ମ ପାଇଁ ପ୍ରଯୋଜକ ଓ ନିର୍ଦେଶକଙ୍କ ପାଖକୁ ଲିଗାଲ ନୋଟିସ ଆସିଛି ।

ମଧ୍ୟ ପ୍ରଦେଶର ଭୋପାଳରେ ରହୁଥିବା ପେଶୱା ବାଜୀରାଓଙ୍କ ଅଷ୍ଟମ ପୀଢ଼ିର ସଦସ୍ୟ ନୱାବଜାଦା ଶଦାବ ଅଲୀ ବାହାଦୁର୍ ଏନେଇ ଆପତ୍ତି ଉଠାଇଛନ୍ତି । ଯେଉଁଥିପାଇଁ ସେ ‘ପାନିପତ’ର ପ୍ରଯୋଜକ ସୁନୀତା ଗୋୱାରିକର୍ ଓ ରୋହିତ ଶେଲତାକରଙ୍କ ଏବଂ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କୁ ଲିଗାଲ ନୋଟିସ୍ ପଠାଇଛନ୍ତି । ଯାହାପାଇଁ ଏହି ସିନେମାଟି ବିବାଦ ଘେରକୁ ଚାଲିଆସିଛି ।

ଏଥିରେ ସେ ଫିଲ୍ମରୁ ଉକ୍ତ ସଂଳାପକୁ ବାଦ୍ ଦେଇ ଆବଶ୍ୟକ ମୁତାବକ ସଂଶୋଧନ କରିବାକୁ କହିଛନ୍ତି । ଯଦି ଏଭଳି କିଛି କରା ନଯାଏ, ତେବେ ସେ ବାଧ୍ୟ ହୋଇ କୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।


ସେୟାର କରନ୍ତୁ