disa patani

ଆକ୍ଟର ଦିଶା ପଟାନିଙ୍କ ଫଟୋ ଭାଇରଲ

ସିନେମା
ସେୟାର କରନ୍ତୁ

ମୁମ୍ୱାଇ : ବଲିଉଡ୍‌ ଆକ୍ଟର ଦିଶା ପଟାନୀ ତାଙ୍କର ଗ୍ଲାମରସ୍‌ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି । ଅନେକ ସମୟରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ହଟ୍‌ ଫଟୋ ଅପ୍‌ଲୋଡ୍‌ କରି ଫ୍ୟାନ୍ସ ମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାପାଇଁ ଚେଷ୍ଟା କରିଥାନ୍ତି ।

ଗତକାଲି ଦିଶା ଏକ ନିଜର ବୋଲ୍ଡ ଫଟୋ ଶେଆର୍‌ କରିଛନ୍ତି, ଯେଉଁଥିରେ ସେ କଳା ରଙ୍ଗର ବିକିନି ପିନ୍ଧି ସ୍ୱିମିଙ୍ଗ୍‌ ପୁଲ୍‌ ପାଖରେ ବସି ରିଲାକ୍ସ କରୁଛନ୍ତି ।

View this post on Instagram

🦋

A post shared by disha patani (paatni) (@dishapatani) on


ଏହି ଫଟୋ ଏବେ ସୋଶାଲ୍‌ ମିଡିଆରେ ଖୁବ ଭାଇରାଲ୍‌ ହେବାରେ ଲାଗିଛି । କିଛି ୟୁଜର ଦିଶାଙ୍କର ଏହି ଫଟୋକୁ ପସନ୍ଦ କରି ହଟ୍‌, ସୁନ୍ଦର ଓ ବୋଲ୍ଡ ଦିଶା ପଟାନୀ ବୋଲି ସମ୍ବୋଧନ କରିଥିବାବେଳେ ଆଉ କେହି କେହି ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି । ଟାଇଗର୍‌ ଶ୍ରଫ୍‌ଙ୍କ ଭଉଣୀ କୃଷ୍ଣା ମଧ୍ୟ ଦିଶାଙ୍କର ଏହି ଫଟୋକୁ ଖୁବ୍ ପ୍ରଶଂସା କରିଅଛନ୍ତି ।


ଏବେ ଥାଇଲାଣ୍ଡରେ ଦିଶା ଛୁଟି କାଟିବାକୁ ଯାଇଛନ୍ତି । ଏହା ପୂର୍ବରୁ ମଧ୍ୟ ଦିଶା ଆଉ ଏକ ଫଟୋ ଶେଆର୍ କରିଥିଲେ। ସେ ଏହି ଫଟୋରେ ଏକ ବୌଦ୍ଧ ମନ୍ଦିର ପାଖରେ ଛିଡ଼ା ହୋଇଥିଲେ ।ଦିଶା ହଳଦିଆ ରଙ୍ଗର କ୍ରପ୍‌ ଟପ୍‌ ଓ ଗୋଲାପୀ ରଙ୍ଗର ପ୍ଲାଜୋ ପ୍ୟାଣ୍ଟ ପିନ୍ଧିଥିଲେ । ଏହି ଫଟୋକୁ ଦିଶାଙ୍କର ଫ୍ୟାନ୍ସମାନେ ଖୁବ ପସନ୍ଦ କରିଥିଲେ ।


ସେୟାର କରନ୍ତୁ