ମୀରା କପୁର ଯେବେ ସାହିଦ କପୁରଙ୍କ ସାନ ଭାଇକୁ ଭାବି ନେଇଥିଲେ ନିଜର ହେବାକୁଥିବା ପତି…

ସିନେମା
ସେୟାର କରନ୍ତୁ

Mira Kapoor On Wedding With Shahid Kapoor: ବଲିଓଡ଼ ଅଭିନେତା ସାହିଦ କପୁର 2015 ମସିହାରେ ମୀରା କପୁରଙ୍କ ସହ ଆରେଞ୍ଜ ମ୍ୟାରେଜ କରିଥିଲେ ।ସେହି ଠାରୁ ଏହି ଯୋଡି ପ୍ରଶଂସକଙ୍କ ପସନ୍ଦ ର ଯୋଡି ଲିଷ୍ଟରେ ସାମିଲ ହୋଇସାରିଛି । ତେଣେ କିଛିଦିନ ପୂର୍ବରୁ ମୀରା କପୁର ଏକ ଇଣ୍ଟରଭିଉରେ ନିଜ ପର୍ସନାଲ ଜୀବନକୁ ନେଇ ଖୋଲି କରି କଥା କରିଥିଲେ । ଏହି ସମୟରେ ମୀରା ସେୟାର କରିଥିଲେ କି ଆରେଞ୍ଜ ମ୍ୟାରେଜରେ ଆପଣଙ୍କ ବୟସ ଏକ ବଡ ଫ୍ୟାକଟର ରହିଥାଏ । ଯେତେବେଳେ ସାହିଦ କପୁରଙ୍କ ଘରୁ ବାହାଘରର ରିସ୍ତା ଆସିଥିଲା ମୋ ମା’କୁ ଲାଗିଥିଲାକି ତାଙ୍କର ସାନଭାଇ ରୁହାନ କପୁର ଙ୍କର ରିସ୍ତା ଅଟେ, କାରଣ ମୀରା ଓ ସାହିଦଙ୍କର ବୟସ ବହୁତ ଅନ୍ତର ଅଟେ ।

ଏହି ସମୟରେ ମୀରା ସାହିଦ କପୁରଙ୍କ ସହ ନିଜର ପ୍ରଥମ ଦେଖାର ବିଷୟରେ କହିଲେ ଓ କହିଲେ ‘ଘର ଲୋକମାନେ ତାଙ୍କୁ ଜଣେ ଅନ୍ୟ ଜଣଙ୍କ ସହ ସମୟ ବିତାଇବା ପାଇଁ ଫାର୍ମ ହାଉସକୁ ପଠାଇଲେ । ମୀରା ସାହିଦଙ୍କୁ ପ୍ରଥମ ପ୍ରଶ୍ନ ପଚାରିଥିଲେ କି ସେ ନିଜ ବୟସ ଠାରୁ ଏତେ ଛୋଟ ଝିଅ ସହିତ ବାହାଘର ହେବା ପାଇଁ କଣ ପାଇଁ ଚାହୁଁଛନ୍ତି ? ମୀରାଙ୍କ ଏହି ପ୍ରଶ୍ନ ପାଇଁ ସାହିଦ ତାଙ୍କୁ ସେହି ପ୍ରଶ୍ନ ପଚାରିଥିଲେ । ସେହି ଦିନ ଦୁଇଜଣ ଏକା ସାଥିରେ 7 ଘଣ୍ଟା ପର୍ଯ୍ୟନ୍ତ କଥା ହୋଇଥିଲେ ।

ସାହିଦ କପୁରଙ୍କ କାମର କଥା କୁହାଯିବ ତ ଏବେ ତାଙ୍କର ଜର୍ସି ଫିଲ୍ମ ରିଲିଜ ହୋଇଛି । ଏହି ଫିଲ୍ମକୁ ଦର୍ଶକଙ୍କ ଠାରୁ ବହୁତ ଭଲ ରେସପନ୍ସ ମିଳୁଛି । ସାହିଦ କପୁରଙ୍କର ଅଭିନୟକୁ ପ୍ରଶଂସକ ବହୁତ ପ୍ରଶଂସା କରୁଛନ୍ତି । ଏହି ଫିଲ୍ମର ସଫଳତାର ଖୁସି ମନାଇବା ପାଇଁ ସାହିଦ କପୁରଙ୍କ ସ୍ତ୍ରୀ ମୀରା କପୁର ନିଜ ଝିଅ ଗ୍ୟାଙ୍ଗଙ୍କ ସହ ଦୁବାଇ ଯାଇସାରିଛନ୍ତି । ତାଙ୍କ ଛୁଟିର ଅନେକ ଫୋଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।


ସେୟାର କରନ୍ତୁ