ବଲିଓଡ଼ର ଏହି ଅଭିନେତ୍ରୀ ନିଜକୁ ଫିଟ ରଖିବା ପାଇଁ କରନ୍ତି ଯୋଗ, ଦେଖନ୍ତୁ Fhoto ଏବଂ Video

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ପ୍ରତିବର୍ଷ 21 ଜୁନକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିଵସ ରୂପରେ ମାନଯାଇଥାଏ । ଏହି ଗୋଟିଏ ଦିନ ଯୋଗର ମାହାତ୍ମ୍ୟ ଏବଂ ଯୋଗର ଉପଯୋଗୀତା ସମ୍ୱନ୍ଧରେ ସଚେତନତା କରାଯାଇଥାଏ । ଯୋଗ ଶରୀରକୁ ଫିଟ ରଖିବା ସହିତ ଶରୀର ସାଥିରେ ଯୋଡି ହୋଇଥିବା ସମସ୍ତ ସମସ୍ୟାର ଏକ ନେଚ୍ୟୁରାଲ ଉପାୟ ଅଟେ । ଏହି ବର୍ଷ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ଥିମ ‘ଘରେ ରହି ଯୋଗ ଏବଂ ପରିବାର ସାଥିରେ ଯୋଗ’ ଅଟେ । କହିବାକି ବଲିଓଡ଼ କଳାକାର ମଧ୍ୟ ନିଜକୁ ଫିଟ ରଖିବା ପାଇଁ ଜିମ ସାଥିରେ ଯୋଗର ସାହାଯ୍ୟ ନେଇଥାନ୍ତି । ଫିଲ୍ମ ଦୁନିଆର କିଛି ଏମିତି ଆକଟର୍ସ ଅଛନ୍ତି, ଯେଉଁମାନେ ନିଜକୁ ଫିଟ ରଖିବା ପାଇଁ ଯୋଗ କରିଥାନ୍ତି ଏବଂ ଏହା ସାଥିରେ ମଧ୍ୟ ନିଜ ଫ୍ୟାନ୍ସ ମାନଙ୍କୁ ପ୍ରେରିତ କରିଥାନ୍ତି ।

1-ଶିଳ୍ପା ସେଟ୍ଟୀ
ବଲିଓଡ଼ର ମଶହୂର ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜର ଫିଲ୍ମ ସାଥିରେ ନିଜର ଷ୍ଟାଇଲ ପାଇଁ ମଧ୍ୟ ଖୁବ ଜଣାଯାଇଥାନ୍ତି । 45 ବର୍ଷୀୟ ଆକଟର୍ସ ନିଜର ଶରୀରକୁ ଫିଟ ରଖିବା ପାଇଁ ଯୋଗ କରିଥାନ୍ତି । ଏହାକୁ ଯୋଡି କେତେକ ଭିଡ଼ିଓ ସେ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ନିଜ ସାଥିରେ ଶିଳ୍ପା ସେଟ୍ଟୀ ଫ୍ୟାନ୍ସ ମାନଙ୍କୁ ମଧ୍ୟ ଯୋଗ କରିବା ପାଇଁ ସବୁବେଳେ ପ୍ରେରିତ କରିଥାନ୍ତି ।

2-ମଲାଈକା ଆରୋରା
ବଲିଓଡ଼ରେ ମଲାଈକା ଆରୋରାଙ୍କୁ ଗଣିବା ତ ଫିଲ୍ମ ଦୁନିଆରେ ମୋଷ୍ଟ ଷ୍ଟାଇଲିଷ୍ଟ ଆକଟର୍ସ ମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ଆକଟର୍ସ ନିଜକୁ ଫିଟ ରଖିବା ପାଇଁ ଯୋଗକୁ ଖୁବ ଭଲରେ ଫଲୋ କରିଥାନ୍ତି । ସେ ସବୁବେଳେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଯୋଗରେ ଯୋଡ଼ା ଫଟୋ ଓ ଭିଡିଓ ସେୟାର କରିଥାନ୍ତି ।

3-କରିନା କପୁର
ବଲିଓଡ଼ର ମଶହୂର ଅଭିନେତ୍ରୀ କରିନା କପୁରଙ୍କ ଫିଟନେସର ରହସ୍ୟ ସମସ୍ତେ ଜାଣିବା ପାଇଁ ଚାହିଁଥାନ୍ତି । କିନ୍ତୁ ଅଭିନେତ୍ରୀ ନିଜକୁ ଫିଟ ରଖିବା ପାଇଁ ଜିମ ସାଥିରେ ଯୋଗକୁ ମଧ୍ୟ ଫଲୋ କରିଥାନ୍ତି । କିଛି ଦିନ ପୂର୍ବରୁ ତାଙ୍କର ଏକ ଭିଡ଼ିଓ ଭାଇରଲ ହୋଇଥିଲା, ଯେଉଁଥିରେ ସେ ସୂର୍ଯ୍ୟ ନମସ୍କାର କରୁଥିବାର ନଜରରେ ଆସିଥିଲେ ।

4-ଉର୍ବଶୀ ରୌତେଲା
ମଡ଼ଲିଙ୍ଗ ଏବଂ ଆକ୍ଟିଙ୍ଗ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଷ୍ଟାଇଲ ପାଇଁ ଖୁବ ଜଣାଯାଇଥାନ୍ତି । ଉର୍ବଶୀ ରୌତେଲା ଜିମରେ ଏକ୍ସରସାଇଜ କରିବା ସଂଗେ ସଂଗେ ନିଜକୁ ଫିଟ ରଖିବା ପାଇଁ ଯୋଗର ସାହାରା ମଧ୍ୟ ନେଇଥାନ୍ତି ।

5-ଜ୍ୟାକଲିନ ଫର୍ଣ୍ଣ।ଡ଼ିସ
ବଲିଓଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣ।ଡ଼ିସ ନିଜର ଅନ୍ଦାଜ ପାଇଁ ସମସ୍ତଙ୍କର ପସନ୍ଦ ଅଟନ୍ତି । ଅଭିନେତ୍ରୀଙ୍କର ଷ୍ଟାଇଲିଷ୍ଟ ଅନ୍ଦାଜ ପଛରେ ଗୋଟିଏ ରହସ୍ୟ ଯୋଗ ମଧ୍ୟ ଅଟେ । ଯାହାକୁ ସେ ନିଜେ ଫଲୋ କରିଥାନ୍ତି, ଏହା ସାଥିରେ ମଧ୍ୟ ଫ୍ୟାନ୍ସଙ୍କୁ ମଧ୍ୟ ପ୍ରେରିତ କରିଥାନ୍ତି ।


ସେୟାର କରନ୍ତୁ