ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ସୁସ୍ଥ ହେଲେ 237 କରୋନା ରୋଗୀ, ମୋଟ ସୁସ୍ଥ ସଂଖ୍ୟା 3534

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଜୀବନ ନେଉଥିବା କରୋନା ଥମିବାର ନାଁ ଧରୁନାହିଁ । ଏହା ଭିତରେ ରାଜ୍ୟକୁ ଆସିଛି ଏକ ଖୁସି ଖବର । ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ 237 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 3534ରେ ପହଞ୍ଚିଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଆଜିର ଏହି ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ 70 ଜଣ, ଖୋର୍ଦ୍ଧାରୁ 54 ଜଣ, ଜଗତ‌ସିଂହପୁରରୁ 20 ଜଣ, କନ୍ଧମାଳରୁ 19 ଜଣ, ଗଂଜାମରୁ 17 ଜଣ, ଭଦ୍ରକ ଓ ମୟୂରଭଂଜରୁ 9 ଜଣ ଲେଖାଏଁ, କେନ୍ଦୁଝରରୁ 8 ଜଣ, ଢେଙ୍କାନାଳ ଓ ପୁରୀରୁ 7-7 ଜଣ, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ 4-4 ଜଣ ଏବଂ କଳାହାଣ୍ଡି, ମାଲକାନଗିରି, ସମ୍ବଲପୁର ଜିଲ୍ଲାରୁ 2 ଜଣ ଲେଖାଏଁ ଓ ବୌଦ୍ଧ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ