ବିବାହକୁ ନେଇ ରଶ୍ମିକା ମନ୍ଦାନାଙ୍କ ବିଚାର, ଚାହୁଁଛନ୍ତି ଏଭଳି ଜୀବନ ସାଥୀ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଟଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଅଲୁ ଅର୍ଜୁନଙ୍କ ସାଥିରେ ନିଜର ନିକଟରେ ରିଲିଜ୍ ହୋଇଥିବା ‘ପୁଷ୍ପା ଦି ରାଇଜ୍’ର ସଫଳତା ପରେ ଆକାଶରେ ଉଡ଼ୁଅଛନ୍ତି । ଏହି ଚଳଚ୍ଚିତ୍ର ଦ୍ୱାରା ପ୍ରାପ୍ତ ଅପାର ଭଲପାଇବା ପରେ ଅଭିନେତ୍ରୀ ପୁଷ୍ପା ‘ପୁଷ୍ପା ଦି ରୁଲ’ର ଦ୍ୱିତୀୟ ଭାଗରେ ନଜର ଆସିବେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ରଶ୍ମିକା କେବଳ ଟଲିଉଡରେ ନୁହେଁ ବରଂ ବଲିଉଡରେ ମଧ୍ୟ ଧମାଲ ମଚେଇ ଅଛନ୍ତି ।

ନିକଟରେ ଏକ ଗଣମାଧ୍ୟମ ସାକ୍ଷାତକାରରେ, ଯେତେବେଳେ ରଶ୍ମିକାଙ୍କୁ ତାଙ୍କ ପ୍ରେମ-ସମ୍ପର୍କ ଏବଂ ବିବାହ ବିଷୟରେ ପଚରାଯାଇଥିଲା ,ସେତେବେଳେ ସେ ଅନେକ ଖୁଲାସା କରିଥିଲେ । ସେ କହିଥିଲେ ଯେ, ‘ମୋ ପାଇଁ ପ୍ରେମ ହେଉଛି ଯେତେବେଳେ ଦୁହେଁ ପରସ୍ପରକୁ ସମ୍ମାନ ଏବଂ ସମୟ ଦେବା ଉଚିତ୍‌ । ଯେତେବେଳେ ଦୁହେଁ ଦୁହିଁଙ୍କୁ ସୁରକ୍ଷିତ ଅନୁଭବ କରିଥାଉ । ପ୍ରେମ ବର୍ଣ୍ଣନା କରିବା କଷ୍ଟକର କାରଣ ଏହା ଭାବନା ଓ ଅନୁଭବ ବିଷୟରେ ଅଟେ । ପ୍ରେମ କେବଳ ସେତେବେଳେ ହୋଇଥାଏ ଯେତେବେଳେ ଉଭୟ ପାର୍ଶ୍ବରୁ ହୋଇଥାଏ ।

ପରେ ତାଙ୍କୁ ପଚରାଯାଇଥିଲା କି କେବେ ବିବାହ କରିବେ , କେବେ ଯୋଜନା ରହିଛି । ଏହାର ଉତ୍ତରରେ କହିଥିଲେ କି ଏ ବିଷୟରେ ମୋତେ କିଛି ଜଣା ନାହିଁ । ମୁଁ ସେ ବିଷୟରେ କିଛି ଭାବି ନାହିଁ , କାହିଁକି ନା ଏବେ ମୁଁ ଛୋଟ ଅଛି । ହଁ ସେହି ଭଳି ଭଲ ବ୍ୟକ୍ତି ବି ହେବା ଉଚିତ୍‌ । ଯିଏ ଏହାକୁ ଭଲ ଭାବରେ ବୁଝି ପାରୁଥିବ ।’

ଏହା ବ୍ୟତୀତ ରଶ୍ମିକା ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ସହିତ ଦୁଇଟି ବଲିଉଡ୍ ଫିଲ୍ମ ରହିଛି । ଯେଉଁଥିରେ ପ୍ରଥମଟି ହେଉଛି ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ‘ମିଶନ ମଜନୁ’ ଏବଂ ଦ୍ୱିତୀୟଟି ହେଉଛି ଅମିତାଭ ବଚ୍ଚନଙ୍କ ସହିତ ‘ଶୁଭ ବିଦାୟ’ ଭଳି ଏକ ବ୍ଲକବଷ୍ଟର ଫିଲ୍ମ ରହିଛି । ଏହା ଚଳିତ ବର୍ଷ ରିଲିଜ୍‌ ହେବ ବୋଲି କୁହାଯାଉଛି ।


ସେୟାର କରନ୍ତୁ