ବିବାଦରେ ରାଣୀଙ୍କ”ମର୍ଦାନି-2″

Truthink
ସେୟାର କରନ୍ତୁ

ବଲିଉଡରେ ଏବେ ଛତୁ ଫୁଟିଲା ଭଳିଆ ସିନେମା ହେଉଛି ଆଉ ଟିକେ କଣ ହେଲେ ସାଙ୍ଗେସାଙ୍ଗେ ବିବାଦ ଆରମ୍ଭ ହେଇଯାଉଛି ୲ ବଲିଉଡ଼ରେ ବର୍ତ୍ତମାନ ଅନେକ ସିନେମାକୁ ନେଇ ବିବାଦ ବଢ଼ୁଛି । ସିନେମା ରିଲିଜ ହେବା ପୂର୍ବରୁ ବିବାଦ ଆରମ୍ଭ ହୋଇଯାଉଛି । ସଲମାନଙ୍କ ସିନେମାଦବଙ୍ଗ୩କୁ ନେଇ ବିବାଦ ଦେଖିବାକୁ ମିଳିଥିବା ସମୟରେ ଏବେ ରାଣୀ ମୁଖାର୍ଜୀଙ୍କ ସିନେମା ‘ମର୍ଦାନୀ ୨’କୁ ନେଇ ବିବାଦ ବଢ଼ିବାରେ ଲାଗିଛି।

ସିନେମାର ଟ୍ରେଲର୍‌ ରିଲିଜ୍‌ ହେବା ଦିନଠୁ ରାଜସ୍ଥାନର କୋଟା ସହରରେ ତୀବ୍ର ବିରୋଧ କରାଯାଉଛି। ଏଥିରେ କୋଟାର ନାଁ ବଦନାମ କରାଯାଇଥିବା ସହରବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପୁଣି ଖବର ଆସିଛି ଯେ ସେଠାକାର ଜଣେ କାଉନ୍‌ସିଲର ଗୋପାଳ ମଣ୍ଡା ଏହି ସିନେମାର ନିର୍ମାତା ଆଦିତ୍ୟ ଚୋପ୍ରା, ନିର୍ଦ୍ଦେଶକ ଗୋପୀ ପୁଥ୍‌ରନ୍ ଓ ସେନ୍‌ସର୍ ବୋର୍ଡ଼ର ଅଧ୍ୟକ୍ଷ ପ୍ରସୂନ୍ ଯୋଶୀଙ୍କ ସହିତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଲିଗାଲ୍‌ ନୋଟିସ୍‌ ପଠାଇଛନ୍ତି।

ଗୋପାଳ ମଣ୍ଡାଙ୍କ ଓକିଲ କହିଛନ୍ତି, ଏହି ନୋଟିସ୍‌ରେ ସିନେମାରେ କୋଟା ସହରର ନାଁ ବଦଳାଇବାକୁ ଦାବି କରାଯାଇଛି। ସେହିପରି ସିନେମାରୁ କୋଟା ନାଁ ନ ହଟିବା ପର୍ଯ୍ୟନ୍ତ ଏହାକୁ ରିଲିଜ୍ ହେବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଦରକାର ପଡ଼ିଲେ ମାମଲାକୁ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ନିଆଯିବ।


ସେୟାର କରନ୍ତୁ