46 ବର୍ଷ ବୟସରେ ପଦାର୍ପଣ କରୁଥିବା ଐଶ୍‌ କେମିତି ଜନ୍ମଦିନ ପାଳିବେ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ୍ କୁଇନ ତଥା ନୀଳନୟନା ଭାବେ ପରିଚିତ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ନଭେମ୍ବର ପହିଲାରେ ଜନ୍ମଦିନ । ସେ 46 ବର୍ଷ ବୟସରେ ପଦାର୍ପଣ କରିବାକୁ ଯାଉଛନ୍ତି । ବଚ୍ଚନ ପରିବାରର ବହୁ ଐଶ୍‌ ପ୍ରତିବର୍ଷ ତାଙ୍କ ଜନ୍ମଦିନରେ କିଛି ନା କିଛି ସ୍ୱତନ୍ତ୍ର କରିବାକୁ ଚାହାନ୍ତି । ଏଥର ଶୁଣିବାକୁ ମିଳିଛି ଯେ ସେ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ମିଶି ରୋମାନରେ ବିଶେଷ ଭାବେ ତାଙ୍କ ଜନ୍ମଦିନ ପାଳନ କରିପାରନ୍ତି ।

ରବିବାର ଦିନ ଦିପାବଳୀ ଅବସରରେ ବିଗ୍‌ ବି ଅମିତାଭ ବଚ୍ଚନ ତାଙ୍କ ଜଲ୍‌ସା ବାସଭବନରେ ଏକ ଗ୍ରାଣ୍ଡ୍‌ ପାର୍ଟିର ଆୟୋଜନ କରିଥିଲେ । ଏହି ଗ୍ରାଣ୍ଡ୍‌ ପାର୍ଟି ମନାଇବା ପରେ ଅଭିଷେକ ଓ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାକୁ ନେଇ ରୋମାନ ବାହାରି ଯିବେ ବୋଲି ପୂର୍ବରୁ ସୂଚନା ରହିଛି ।

ଉଲ୍ଲେଖଯୋଗ୍ୟ, ଦୀର୍ଘ ବର୍ଷ ଧରି ବଲିଉଡ୍‌କୁ ବହୁ ଲୋକପ୍ରିୟ ଚଳଚ୍ଚିତ୍ର ଦେଇଥିବା ଐଶ୍ୱର୍ଯ୍ୟା ଆଗକୁ ମଣି ରତ୍‌ନମଙ୍କ ଫିଲ୍ମ ‘ପନିୟିନ୍‌ ସେଲ୍‌ଭମ୍‌’ରେ ନଜର ଆସିବେ । ଏହି ଚଳଚ୍ଚିତ୍ର ପାଇଁ ସୁଟିଂ ଏଯାଏ ହୋଇନାହିଁ, ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ରହିଛି । ସୂଚନା ଅଛିକି ଯେ, ଐଶ୍‌ ଏଥିରେ ଦୁଇଟି ଚରିତ୍ର ନିଭାଇବାର ରହିଛି ।


ସେୟାର କରନ୍ତୁ