ହାଉସଫୁଲ 4କୁ ମିଳିଲା ଛୁଟି ଦିନର ଫାଇଦା ଚତୁର୍ଥ ଦିନରେ ପ୍ରଥମ ଦିନଠୁ ଅଧିକ ଆୟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ହାଉସଫୁଲ 4 ବକ୍ସ ଅଫିସରେ ତାବଡ଼ତୋଡ ଆୟ କରି ଚାଲିଛି । ପ୍ରଥମ ଦିନ 19 କରୋଡରେ ଖାତା ଖୋଲିବାପରେ ଫିଲ୍ମଟି ଚତୁର୍ଥ ଦିନରେ ସୁପର ଗ୍ରୋଥ ଦେଖିବାକୁ ମିଳିଛି । ଏହି କମେଡି ଫିଲ୍ମ ଚତୁର୍ଥ ଦିନରେ 34.56କରୋଡ ବିଜନେସ କରିଛି ।

ଟ୍ରେଣ୍ଡ ଏନାଲିଷ୍ଟ ତରଣ ଆଦର୍ଶ ଆୟର ଆଂକଡାକୁ ଟୁଇଟ କରି ଲେଖିଛନ୍ତି,ହାଉସଫୁଲ 4 ଚତୁର୍ଥ ଦିନ ବକ୍ସ ଅଫିସରେ ଧୂଆଁଧାର ଆୟ କରିଛି । ନେସନାଲ ଛୁଟି କାରଣ ପାଇଁ ଫିଲ୍ମର ଆୟ ବଢିବା ଦେଖିବାକୁ ମିଳିଛି । ଶୁକ୍ରବାର ଫିଲ୍ମଟି 19.08କରୋଡ,ଶନିବାରରେ 18.81କରୋଡ,ରବିବାରରେ 15.33କରୋଡ ଏବଂ ସୋମବାରରେ 34.56କରୋଡ ବିଜନେସ କରିଛି । ଚାରି ଦିନରେ ଅକ୍ଷୟଙ୍କ ଫିଲ୍ମଟି ମୋଟ ଆୟ 87.78କରୋଡ କରିଛି ।

ସିନେମାଘରେ ହାଉସଫୁଲ 4 ବ୍ୟତୀତ ଷଣ୍ଡ କି ଆଁଖ ଏବଂ ମେଡ଼ ଇନ ଚାଇନା ମଧ୍ୟ ରିଲିଜ ହୋଇଥିଲା । ସୋମବାରରେ ଛୋଟୀ ଦିନ ପାଇଁ ଏ ଦୁଇଟି ଫିଲ୍ମର ଆୟ ମଧ୍ୟ ବଢିଛି । ତରଣ ଆଦର୍ଶଙ୍କର ଟୁଇଟ ମୁତାବକ, ସୋମବାର ଏହି ଫିଲ୍ମ ଗୁଡିକ ପାଇଁ ବଡ଼ ଦିନ ଥିଲା । ହାଉସଫୁଲ 4 ଯେଉଁଥି ପାଇଁ 30କରୋଡରୁ ଅଧିକା କମାଇଛି । ଏମିତିରେ ବି ଷଣ୍ଡ କି ଆଁଖ,ମେଡ଼ ଇନ ଚାଇନାର ଆୟ ବଢିବା ଦେଖିବାକୁ ମିଳିଛି । ଅନ୍ୟ ପାଖରେ ତାମିଲନାଡୁରେ ମଧ୍ୟ ବିଜୟଙ୍କ ଫିଲ୍ମ ବିଜଲୀ ଜଲବା ଦେଖିବାକୁ ମିଳୁଛି ।

ଆକ୍ଟର ଅକ୍ଷୟ କୁମାର, ବବି ଦେୱଲ ଓ ରିତେଶ ଦେଶମୁଖଙ୍କ ମଲ୍ଟିଷ୍ଟାରର ଫିଲ୍ମ ହାଉସଫୁଲ 4 ଦୀପାବଳୀ ସମୟରେ ମଧ୍ୟ ଲୋକମାନଙ୍କୁ ଥିଏଟର ମୁହାଁ କରେଇ ପାରିଛି ।ଏମିତିରେ ଦେଖିବାକୁ ଗଲେ ଯାହା ଜଣାଯାଉଛି ହାଉସଫୁଲ 4 ଜଲ୍ଦି 100କରୋଡ କ୍ଲବରେ ସାମିଲ ହେବାକୁ ଯାଉଛି ।


ସେୟାର କରନ୍ତୁ