ସାଇନା ନେହୱାଲ ଜୀବନୀ ଚରିତ୍ରକୁ ନିଖୁଣ ଭାବରେ ନିହାଇବା ପାଇଁ ପରୀଣିତୀ ଚୋପ୍ରା କଣ କରୁଛନ୍ତି ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଏବେ ଲୋକପ୍ରିୟ ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହୱାଲଙ୍କ ଜୀବନୀକୁ ନେଇ ଏକ ବଲିଉଡ୍ ଫିଲ୍ମ ତିଆରି ହେଉଅଛି । ସାଇନାଙ୍କ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ପରୀଣିତୀ ଚୋପ୍ରା ।

ପରିଣୀତିଙ୍କ ଅଭିନୟକୁ ଦେଖିଲେ ଜଣାପଡେ ସେ ଏତେଟା ସଫଳତା ପାଇ ନ ଥିଲେ ମଧ୍ୟ ସବୁ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା କରିଛନ୍ତି । କ୍ୟାରିୟରରେ ଆଗକୁ ଯିବା ପାଇଁ ଆଜି ବି ସେ ଏକ ଭଲ ଫିଲ୍ମର ସନ୍ଧାନରେ ରହିଛନ୍ତି । ପ୍ରଥମେ ଶ୍ରଦ୍ଧାଙ୍କୁ ଏହି ସୁଯୋଗ ମିଳିଥିବା ବେଳେ ସେ ଅଧାରୁ ଏହି ଫିଲ୍ମ କରିବାକୁ ମନା କରି ଦେଇଥିଲେ । ଯାହା ଫଳରେ ପରୀଣିତୀଙ୍କୁ ଏହି ସୁଯୋଗ ମିଳିଥିଲା ।

ସାଇନାଙ୍କ ଚରିତ୍ର ସହ ନିଜକୁ ମିଶାଇବା ପାଇଁ ସେ ସବୁ ପ୍ରକାରର ଚେଷ୍ଟା କରିବା ସହ ଖୁବ ପରିଶ୍ରମ ମଧ୍ୟ କରୁଛନ୍ତି । ପ୍ରଥମେ ବ୍ୟାଡମିଣ୍ଟନ କୋର୍ଟରେ ଝାଳ ବୁହାଇ ସାରିବା ପରେ ଏବେ ସେ ହାଇଦ୍ରାବାଦ୍ ଯିବେ ବୋଲି ଜଣାପଡ଼ିଅଛି ।

ଏ ନେଇ ପରିଣୀତି କହିବା ମୁତାବକ, ମୁଁ ସାଇନା ବନିବାକୁ ଚାହୁଁଛି । ସେଥିପାଇଁ ମୁଁ ତାଙ୍କ ଘରକୁ ଯାଇ ସେ କିଭଳି ଜୀବନ ବିତାଉଛନ୍ତି, ତାହା ଦେଖିବାକୁ ଚାହୁଁଛି । ଆମେ ଅନେକ ଥର ଭେଟା ଭେଟି ହେଇଛୁ, କିନ୍ତୁ ମୁଁ ତାଙ୍କ ଘରକୁ ଯିବାକୁ ଚାହୁଁଛି । ସେଠାରେ ତାଙ୍କ ଭଳି ଗୋଟେ ଦିନ ବିତାଇବା ସହ ତାଙ୍କ ଭଳି ଭୋଜନ କରିବାକୁ ଚାହୁଁଛି । ଯାହାକୁ ନେଇ ମୁଁ ଖୁବ୍ ଉତ୍ସାହିତ ଅଛି ।


ସେୟାର କରନ୍ତୁ