ଋଷି କପୁର ଏକତା କପୁରଙ୍କ ଦୀପାବଳୀ ପାର୍ଟିରେ ଫଟୋଗ୍ରାଫରଙ୍କ ଉପରେ କାହିଁକି ରାଗିଲେ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ୍ ବରିଷ୍ଠ ଅଭିନେତା ଋଷି କପୁର ଏକତା କପୁରଙ୍କ ଦୀପାବଳୀ ପାର୍ଟିରେ ଫଟୋଗ୍ରାଫରଙ୍କ ଉପରେ ରାଗିବାର ଦେଖାଯାଇଛି । ସେ ମଧ୍ୟ ଅଧିକାଂଶ ସମୟରେ ଫଟୋଗ୍ରାଫର୍ସଙ୍କ ଉପରେ ରାଗିବାର ନଜିର ରହିଅଛି । ଏଇ ପାର୍ଟିରେ ଫଟୋଗ୍ରଫର୍ସଙ୍କ ଭିଡ ଦେଖି ଋଷି କପୁର ସେମାନଙ୍କ ଉପରେ ରାଗିଥିଲେ । ଅବଶ୍ୟ କିଛି ସମୟ ମଧ୍ୟରେ ତାଙ୍କ ରାଗ ଶାନ୍ତ ହୋଇଥିଲା । ସେ ପୁଣି ମିଡିଆ ଲୋକଙ୍କୁ ଭଲ ଭାବରେ ବୁଝାସୁଝା କରିଥିଲେ । ଋଷି ରାଗୁଥିବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଋଷି କପୁର ଗତ କାଲି ରାତିରେ ଏକତା କପୁରଙ୍କ ଦୀପାବଳି ପାର୍ଟିରେ ଯାଇ ପହଞ୍ଚିଥିଲେ । ଋଷି କପୁର ଘର ବାହାରେ ଠିଆ ହୋଇଥିବାର ଏହି ଭିଡିଓରେ ନଜର ଆସୁଛନ୍ତି । ସେହି ସମୟରେ ଅନେକ ଫଟୋଗ୍ରାଫର୍ସ ତାଙ୍କ ଫଟୋ ଉଠାଉଥିଲେ । ଋଷି ଏଥିରେ ବ୍ୟଥିବ୍ୟସ୍ତ ହୋଇ ରାଗିକି କହିଥିଲେ ଯେ, ସୋର ମତ ମଚାଓ। ଏହା ସହ ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କର ଇଜ୍ଜତ ଅଛି କି ନାହିଁ । ଆଖପାଖ ଲୋକମାନେ ଭାବିବେ ଯେ, ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକମାନେ ବହୁତ ଖୁବ ଧମାଲ କରୁଛନ୍ତି । ଫଟୋ ଉଠାନ୍ତୁ ବା ଯାହା କରନ୍ତୁ କିନ୍ତୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉଚିତ ।

ଏଥିମଧ୍ୟରୁ ଜଣେ ଫଟୋଗ୍ରାଫର ତାଙ୍କ ସିକ୍ୟୁରିଟି ଗାର୍ଡଙ୍କ ଅଭିଯୋଗ କରିଥିଲେ । ଏହା ପରେ ଋଷି ହସିକି କହିଥିଲେ ଯେ, ସିକ୍ୟୁରିଟିଙ୍କ ବିନା ସେମାନେ ବଞ୍ଚିବା କଷ୍ଟକର ଓ ଷ୍ଟାରଙ୍କ ବିନା ସିକ୍ୟୁରିଟି ବଞ୍ଚିପାରିବେ ନାହିଁ । ଏହା ପରେ ପରିସ୍ଥିତି ଟିକେ ଥଣ୍ଡା ହୋଇଥିଲା । ତଥାପି ଗାଡିରେ ବସୁଥିବା ସମୟରେ ସେ ଫଟୋଗ୍ରାଫର୍ସଙ୍କୁ କିଛି କଥା କହିଥିଲେ ।

ଏବେ କିଛି ଦିନ ପୂର୍ବରୁ ଋଷି କପୁର ଭାରତ ଫେରିଛନ୍ତି । ଋଷି କାପୁର ଗତ ବର୍ଷେ ହେବ କ୍ୟାନସର ରୋଗରେ ପିଡୀତ ଆମେରିକାର ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ । ଅନେକ ଦିନର ବ୍ୟବଧାନ ପରେ ସେ କ୍ୟାମେରା ସାମ୍ନାକୁ ଆସିଛନ୍ତି । ସେ ନିକଟରେ ସେ ଏକ ଫଟୋଶୁଟ ମଧ୍ୟ କରାଇଥିଲେ ।


ସେୟାର କରନ୍ତୁ