ହାଉସଫୁଲ୍-4ର ଆୟ ତିନି ଦିନରେ 50କୋଟି

ସିନେମା
ସେୟାର କରନ୍ତୁ

ମୁମ୍ବାଇ:ସାଜିଦ୍ ନାଡିଆଡୱାଲାଙ୍କ ପ୍ରଯୋଜିତ ‘ହାଉସଫୁଲ୍-4’ ଦୀପାବଳି ଅବସରରେ ଗତ ଶୁକ୍ରବାର ଦିନ ରିଲିଜ୍ ହୋଇଛି । ଏବର୍ଷର ଅନ୍ୟତମ ବହୁପ୍ରତୀକ୍ଷିତ ସିନେମା ‘ହାଉସଫୁଲ୍-4’ ତିନି ଦିନରେ 50 କୋଟି କ୍ଲବରେ ପହଞ୍ଚିଛି । ଏହି ଫିଲ୍ମଟି ଗତକାଲି ସୁଦ୍ଧା 52.89 କୋଟି ଆୟ କରିଥିବା ଜଣାଯାଇଛି ।

ସୂଚନା ମୁତାବକ, ‘ହାଉସଫୁଲ୍-4’ ପ୍ରଥମ ଦିନ ଶୁକ୍ରବାର 19.08 କୋଟି, ଦ୍ବତୀୟ ଦିନ ଶନିବାର 18.81 କୋଟି ଏବଂ ରବିବାର ଦିନ 15 କୋଟି କଲେକସନ୍ କରିଅଛି ।

ଏଥିରେ ଅକ୍ଷୟ କୁମାରଙ୍କ ସାଥିରେ ରିତେଶ୍ ଦେଶମୁଖ୍,ବବି ଦେଓଲ୍,ଶରଦ୍ କେଲକର୍,ପୂଜା ହେଗଡେ,କ୍ରିତି ଖରବନ୍ଦା, କ୍ରିତି ସାନନ୍ , ଚଙ୍କି ପାଣ୍ଡେ ଏବଂ ନୱାଜୁଦ୍ଦିନ ସିଦ୍ଦିକୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି । ଫରହାଦ୍ –ସାମଜି ଏହାର ନିର୍ଦ୍ଦେଶକ ଅଟନ୍ତି । ‘ହାଉସଫୁଲ୍-4’ ହେଉଛି 2019ରେ ଅକ୍ଷୟ କୁମାରଙ୍କ ରିଲିଜ୍ ହୋଇଥିବା ନୂଆ ସିନେମା ।

ଏ ବର୍ଷ ଆଗରୁ ତାଙ୍କ ଅଭିନୀତ ‘କେଶରୀ’ ଏବଂ ‘ମିଶନ ମଙ୍ଗଲ’ ରିଲିଜ୍ ହୋଇଥିଲା, ଯାହା ବକ୍ସଅଫିସରେ ଭଲ ପ୍ରଦର୍ଶନ କରିଥିଲା । ‘ହାଉସଫୁଲ୍-4’ ବି ହିଟ ହେବ ବୋଲି ଆଶା କରାଯାଉଛି । ହାଉସଫୁଲ ବଲିଉଡର ହିଟ କମେଡି ଫିଲ୍ମ । ଏହାର ପୂର୍ବ ତିନୋଟି ପାର୍ଟ ହିଟ ହୋଇ ସାରିଛି ।


ସେୟାର କରନ୍ତୁ