ଉର୍ଫି ଜାଭେଦ୍ ଅଖାରେ ତିଆରି ପୋଷାକରେ ଦେଖାଇଲେ ଗ୍ଲାମରସ୍ ଅନ୍ଦାଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଟେଲି ଅଭିନେତ୍ରୀ ଉର୍ଫି ଜାଭେଦ ପ୍ରତିଥର ଭଳି ନିଜର ସିଗନେଚର ଲୁକ ଜାରି ରଖିଥିଲା ବେଳେ ଏଥର ମଧ୍ୟ ସେ କିଛି ନୂଆ କରିବାକୁ ଚେଷ୍ଟା କରିଛନ୍ତି । ଏଥର କିନ୍ତୁ ସେ ଏମିତି କିଛି କରିଛନ୍ତି ଯେଉଁ ବିଷୟରେ ବେଶୀ ଲୋକ ଚିନ୍ତା କରିପାରିବେ ନାହିଁ । ସୋସିଆଲ ମିଡିଆରେ ତାଙ୍କ ଷ୍ଟାଇଲ ଓ ପୋଷାକକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି । ଯେଉଁଥିପାଇଁ ସେ ଖୁବ୍‌ ଟ୍ରୋଲ ମଧ୍ୟ ହୁଅନ୍ତି । ମନୋରଞ୍ଜନ ଶିଳ୍ପରେ ଉର୍ଫି ନିଜର ସ୍ଥାନ ସୃଷ୍ଟି କରୁଛନ୍ତି । ସେ ପ୍ରାୟତଃ ସବୁବେଳେ କିଛି ନା କିଛି ଏଭଳି ଭିଡିଓ ଏବଂ ଫଟୋ ଫ୍ୟାନ୍ସମାନଙ୍କ ପାଇଁ ସେୟାର କରନ୍ତି ଯାହା ଖୁବ୍‌ ଭାଇରାଲ ମଧ୍ୟ ହୋଇଥାଏ । ବର୍ତ୍ତମାନ ତାଙ୍କର ମଧ୍ୟ ଏବେ ଅତରଙ୍ଗୀ ଅନ୍ଦାଜ୍‌ର ଫଟୋ ଭାଇରାଲ୍‌ ହୋଇଛି ।

ଉର୍ଫି ଜାଭେଦ୍ ପୁଣି ଥରେ ସମସ୍ତ ସୀମା ଅତିକ୍ରମ କରିଛନ୍ତି । ଗ୍ରୀଷ୍ମ ଋତୁରେ ଉର୍ଫି ଗରମରୁ ରକ୍ଷା ପାଇବା ପାଇଁ ଏକ ନୂତନ ଉପାୟ ଆପଣାଇଛନ୍ତି । ଏଥର ଉର୍ଫି ଅଖାକୁ ପୋଷାକ ରୂପେ ପ୍ରସ୍ତୁତ କରିଛନ୍ତି । ଅଭିନେତ୍ରୀଙ୍କ ଏହି ଲୁକ କିଛି ମିନିଟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉର୍ଫିଙ୍କ ଏହି ଲୁକ୍ ବିଷୟରେ କହିବାକୁ ଗଲେ ସେ ଅଖା କାଟି ଏକ ସ୍ଲିଟ୍ ମିନି ସ୍କର୍ଟ ଏବଂ ଫସଲ ଟପ୍ ତିଆରି କରିଛନ୍ତି । ଏହି ପୋଷକ ସହିତ ହାଇ ହିଲ୍ ଏବଂ ନ୍ୟୁଡ୍‌ ମେକ ଓଭର କରିଛନ୍ତି । ଏହି ଭିଡିଓ ବର୍ତ୍ତମାନ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି ।

ଆସନ୍ତୁ ଆପଣଙ୍କୁ କହିବାକୁ ଗଲେ ଉର୍ଫି ଜାଭେଦ୍ ତାଙ୍କ ଫ୍ୟାଶନ୍ ସେନ୍ସ ସୋସିଆଲ୍ ମିଡିଆରେ ଏକ ଭିନ୍ନ ସନ୍ସେସନ ପାଲଟିଛି । ପ୍ରଶଂସକମାନେ ଅଭିନେତ୍ରୀଙ୍କ ଫଟୋ ଏବଂ ଭିଡିଓକୁ ଖୁବ୍‌ ଲାଇକ୍‌ ସେୟାର କରୁଥିବା ବେଳେ କମେଣ୍ଟ ମଧ୍ୟ କରୁଛନ୍ତି ।


ସେୟାର କରନ୍ତୁ