ରିଲିଜ ହେଲା କାମୟାବ ର ଟ୍ରେଲର

ସିନେମା
ସେୟାର କରନ୍ତୁ

ବଲିଉଡ୍ ର ବାଦଶାହା ଶାହରୁଖ ଖାନ୍ ଙ୍କ ଦ୍ୱାରା ନିର୍ମିତ ଫିଲ୍ମ ‘କାମୟାବ୍’ ର ଆଜି ଟ୍ରେଲର ରିଲିଜ୍ ହୋଇଛି । ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିବା ଶାହରୁଖ ଖାନଙ୍କ ବ୍ୟାନରେ ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସଂଞ୍ଜୟ ମିଶ୍ରା ନଜର ଆସିବେ ।

ସର୍ବଦା ସାଇଡ ରୋଲରେ ନଜର ଆସୁଥିବା ଏହି କମେଡି ଆକ୍ଟର ଫିଲ୍ମରେ କାମୟାବ୍ ରେ ମୁଖ୍ୟ ଭୂମିକାରେ ନଜର ଆସି ଦର୍ଶକଙ୍କୁ ହସାଇ ହସାଇ ବେଦମ କରିବାକୁ ଯାଉଛନ୍ତି ।

ଏହି ଫିଲ୍ମରେ ଏକ ଅଭିନେତାର ଜୀବନ ଶୈଳୀ ଦର୍ଶାାଯିବ । ସଂଞ୍ଜୟ ମିଶ୍ରା ଏହି ଫିଲ୍ମରେ ଜଣେ ଅଭିନେତାର ଭୂମିକା ପ୍ଳେ କରିବାକୁ ଯାଉଛନ୍ତି । ଜଣେ କଳାକାର ଜୀବନର ସମସ୍ତ ସଂଘର୍ଷ ଏହି ଫିଲ୍ମ ଜରିଆରେ ଦର୍ଶକଙ୍କ ନିକଟକୁ ଆସିବ ।

ଆସନ୍ତା ମାର୍ଚ୍ଚ 6ରେ ଫିଲ୍ମ କାମୟାବ ରିଳିଜ୍ ହେବାକୁ ଯାଉଛି । ଏଥିପାଇଁ ସଂଞ୍ଜୟଙ୍କ ପ୍ରଶଂସକମାନେ ବହୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଫିଲ୍ମର ଟ୍ରେଲର ରିଳିଜ୍ ହେବା ପରେ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବାରୁ ଫିଲ୍ମର ନିର୍ମାତା ଶାହରୁଖ ଖାନ ମଧ୍ୟ ଏହି ଫିଲ୍ମକୁ ନେଇ ବହୁତ ଆଶାବାଦୀ ।


ସେୟାର କରନ୍ତୁ