Bhediya First Song Thumkeshwari Out: କ୍ରିତି ସାନନ୍ ଏବଂ ବରୁଣ ଧାୱନଙ୍କ ସହ ଶ୍ରଦ୍ଧା କପୁର ମଧ୍ୟ ଠୂମୁକା ଲଗାଉଥିବା ଆସିଲେ ନଜର

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବରୁଣ ଧାୱନଙ୍କ ଫିଲ୍ମ ‘ଭେଡିୟା’ ଆସନ୍ତା ମାସରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ ନିର୍ମାତା ଏହାର ପ୍ରଚାର ଖୁବ ଜୋର ସୋରରେ କରୁଛନ୍ତି । ଏହି ସମୟରେ ଫିଲ୍ମର ପ୍ରଥମ ଗୀତ ‘ଠୂମକେଶ୍ବରୀ’ ଆଉଟ ହୋଇଅଛି ।

ଏହି ଗୀତରେ ବରୁଣ ଧାୱନ, କ୍ରିତି ସାନନ ଏବଂ ଶ୍ରଦ୍ଧା କପୁର ଠୁମକେ ଲଗାଉଥିବା ନଜର ଆସିଛନ୍ତି । ଫିଲ୍ମର ସଂଗୀତ ସଚିନ-ଜିଗର ପ୍ରଦାନ କରିଛନ୍ତି । ସଚିନ୍-ଜିଗରଙ୍କ ଦ୍ୱାରା ରଚିତ ଏବଂ ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଲିଖିତ, ଠୂମକେଶ୍ବରୀ ଏକ ଡ୍ୟାନ୍ସ ନମ୍ବର ଅଟେ, ଯାହାକୁ ଶୁଣିକରି ସମସ୍ତେ ନାଚିବା ପାଇଁ ମଜବୁର ହେବେ । ଏହି ଗୀତଟିକୁ ଔଶ୍ କିଙ୍ଗ ଏବଂ ରଶ୍ମିତ କୌରଙ୍କ ସହ ସଚିନ୍-ଜିଗର ଗାଇଛନ୍ତି ।

ଠୂମକେଶ୍ବରୀ ଏକ ଫକି ଡ୍ୟାନ୍ସ ନମ୍ବର ଅଟେ, ଯେଉଁଥିରେ ବରୁଣ ଧାୱନ ଏବଂ କ୍ରିତି ସାନନଙ୍କ ମସାଲା ମୁଵସ ଦେଖିବାକୁ ମିଳୁଅଛି, ଯାହାକୁ କୋରିୟଗ୍ରାଫର ଗଣେଶ ଆଚାର୍ଯ୍ୟପ୍ରସ୍ତୁତ କରିଛନ୍ତି । ଠୂମକେଶ୍ବରୀର ସବୁଠାରୁ ବଡ଼ ଆକର୍ଷଣ ହେଉଛି ‘ସ୍ତ୍ରୀ’ ଷ୍ଟାର ଶ୍ରଦ୍ଧା କପୁରଙ୍କ ଉପସ୍ଥିତି, ଯାହାକୁ କେହି ଆଶା କରିନଥିଲେ।


ସେୟାର କରନ୍ତୁ