ଏଟିଏମ ଭାଙ୍ଗି 22 ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ ଘଟଣା ପର୍ଦାଫାଶ, 3 ଅଭିଯୁକ୍ତ ଗିରଫ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଗଁଦିଆ ଥାନା ଅନ୍ତର୍ଗତ ବରପଦା ଶ୍ରୀରାମଚନ୍ଦ୍ରପୁର ନିକଟରେ ଥିବା ଏସବିଆଇ ଏଟିଏମ ଲୁଟ ଘଟଣାର ପର୍ଦାଫାଶ ହୋଇଛି l ଏଥିରେ 3 ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏବେ ମଧ୍ୟ 4 ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି l

ତେବେ ସୂଚନା ଥାଉକି, ଗତ 3 ତାରିଖ ରାତିରେ ଏଟିଏମ ମେସିନ ଭାଙ୍ଗି ଦୁର୍ବୁତ୍ତମାନେ 22,17,900 ଟଙ୍କା ଲୁଟି ନେଇଥିଲେ l ମାତ୍ର ଧରାପଡ଼ିଥିବା ଅଭିଯୁକ୍ତ ମାନଙ୍କ ଠାରୁ 2ଲକ୍ଷ 56 ହଜ଼ାର ଟଙ୍କା ଉଦ୍ଧାର ହୋଇଛି l ଲୁଟରେ ବ୍ୟବହୃତ ଲୁହା ଛେଣି, ସିସିଟିଭିର ଡିଭିଆର ବକ୍ସ, ଗୋଟିଏ ମାରୁତି ଅଲ୍ଟୋ କାର, ବାଇକ ମଧ୍ୟ ଜବତ ହୋଇଛି l

ତେବେ ଧରାପଡ଼ିଥିବା 3 ଅଭିଯୁକ୍ତମାନଙ୍କ ମଧ୍ୟରେ ଢେଙ୍କାନାଳ ସଦର ଥାନା କଙ୍କଡ଼ାହାଡ଼ ଗାଁର ଜିତେନ୍ଦ୍ର ନାୟକ (24), ଭଦ୍ରକର ଜିଲ୍ଲାର ନିର ପାଣି (30), ଖୋର୍ଦ୍ଧାର ରାକେଶ ଦାସ (25) l ଆଉ 4 ଅଭିଯୁକ୍ତ ଏବେ ବି ଫେରାର ରହିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ଲଗାନୟାଗୀ ଦିବ୍ୟା ଭି. ସୂଚନା ଦେଇଛନ୍ତି l


ସେୟାର କରନ୍ତୁ