ଭିକି କୌଶଲଙ୍କ ଫିଲ୍ମରୁ ସାରା ହେଲେ ବାହାର, ଏହି ଅଭିନେତ୍ରୀ ତାଙ୍କୁ ଦେଖାଇଲେ ବାହାର ରାସ୍ତା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସାରା ଅଲି ଖାନଙ୍କୁ ଶେଷ ଥର ପାଇଁ ଅକ୍ଷୟ କୁମାର ଏବଂ ଧନୁଷଙ୍କ ବିପକ୍ଷରେ ଫିଲ୍ମ ‘ଅନ୍ତରଙ୍ଗି ରେ’ରେ ଦେଖିବାକୁ ମିଳିଥିଲା । ଏଥି ସହିତ ସାରାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରରେ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଆଯାଇଛି ବୋଲି ଖବର ଆସିଛି । ବିଶେଷ କଥା ହେଉଛି ସାରାଙ୍କ ସହ ଏହି ଚଳଚ୍ଚିତ୍ରରେ ଭିକି କୌଶଲ ମୁଖ୍ୟ ଭୂମିକାରେ ଥିଲେ ।

ଖବର ଅନୁଯାୟୀ, ଭିକି କୌଶଲଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦ ଇମୋର୍ଟଲ ଅଶ୍ୱଥାମା’ରୁ ସାରାଙ୍କୁ ବାହାର କରାଯାଇଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରର କାମ ଆରମ୍ଭ ହେଉଛି । ଏହାକୁ ନେଇ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି । ଫିଲ୍ମରେ ସ୍କ୍ରିଫ୍ଟ ଏବଂ ମୁଖ୍ୟ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

କହିବାକୁ ଗଲେ ଯେ ‘ଅଶ୍ୱଥାମା’ ଦୀର୍ଘ ଦିନ ଧରି ଆଲୋଚନାରେ ରହିଆସୁଛି। ପ୍ରଶଂସକମାନେ ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ଖୁବ୍‌ ଆଗ୍ରହୀ । କିନ୍ତୁ, ବର୍ତ୍ତମାନ କୁହାଯାଉଛି ଯେ ଏହି ଫିଲ୍ମ ଆସନ୍ତା ବର୍ଷ ସୁଦ୍ଧା ମୁକ୍ତିଲାଭ କରିବ। ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଥମ ଅଭିନେତ୍ରୀ ସାରା ଅଲି ଖାନ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଥିଲେ। କିନ୍ତୁ, ବର୍ତ୍ତମାନ ସେ ଫିଲ୍ମରୁ ବାହାରି ଯାଇଛନ୍ତି । ନିର୍ମାତାଙ୍କ ଅନୁଯାୟୀ, ବିକିଙ୍କଠାରୁ ବଡ ଦେଖାଯାଉଥିବା ଜଣେ ଅଭିନେତ୍ରୀ ଏହି ଫିଲ୍ମରେ ଅଭିନୟ କରିବେ ।

ଶୁଣିବାକୁ ମିଳୁଛି କି ନିର୍ମାତା ସାମନ୍ଥା ରୁଥ ପ୍ରଭୃଙ୍କୁ ଫାଇନାଲ୍‌ କରିଛନ୍ତି । ହେଲେ ନିର୍ମାତାମାନେ ଏପର୍ଯ୍ୟନ୍ତ ଏବିଷୟରେ କୌଣସି ପ୍ରକାରର ନିଶ୍ଚିତ କରି ନାହାନ୍ତି । ଆଦିତ୍ୟ ଧର ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମର ପ୍ରି-ପ୍ରଡକ୍ସନ୍ କାମ ମଧ୍ୟ ଆରମ୍ଭ ହୋଇଛି । କୁହାଯାଉଛି ଯେ ଏହି ଚଳଚ୍ଚିତ୍ରର କାହାଣୀ ମହାଭାରତର ଅଶ୍ୱଥାମ ଚରିତ୍ର ଉପରେ ଆଧାରିତ ।


ସେୟାର କରନ୍ତୁ