ପରଜଙ୍ଗରେ ସମୀର ମହାନ୍ତି, କହିଲେ- ଏହା ହେଉଛି ଏକ ରାଜନୈତିକ ସଂସ୍କୃତି..

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପରଜଙ୍ଗ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ବିକାଶ ତୀର୍ଥ ବାଇକ ରାଲି ସହ ଏକ ଗରିବ କଲ୍ୟାଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ପ୍ରଥମେ କୁଆଳୋ ଗାଁ ସ୍ଥିତ ପୁରାତନ ଐତିହ୍ୟ ସମ୍ପନ୍ନ ବାବା ଅଷ୍ଟଶମ୍ଭୁ ମନ୍ଦିର ଠାରୁ ଆରମ୍ଭ ହୋଇ ପରଜଙ୍ଗ ବଜାର ସ୍ଥିତ ମହେଶ୍ଚନ୍ଦ୍ର ସୁବାହୁସିଂଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦିଆଯାଇ ମୁକ୍ତାପଶି ଯାତ୍ରା ପଡିଆରେ ଶେଷ ହୋଇଛି । ଏହା ପରେ ମୁକ୍ତାପଶି ଠାରେ ଆୟୋଜିତ ଗରିବ କଲ୍ୟାଣ ସଭା ହୋଇଥିଲା । ଏଥିରେ ହଜାର ହଜାର ବିଜେପି କର୍ମୀ ଯୋଗ ଦେଇଥିଲେ । ଏହି ସମାବେଶରେ ମୋଦୀ ସରକାରଙ୍କ ଆଠ ବର୍ଷର ଶାସନ କାଳ ଭିତରେ ସଫଳ ଯୋଜନା ଗୁଡିକର ମୂଲ୍ୟାୟନ କରାଯିବା ସହ ରାଜ୍ୟର ଶାସକ ଦଳକୁ ଯୋଜନା ଗୁଡିକର ବାଟ ମାରଣା, ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ମନମୁଖି ଶାସନ ପାଇଁ ଟାର୍ଗେଟ କରାଯାଇଥିଲା ।

ସୂଚନା ଅନୁଯାୟୀ, ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ରଣନୀତି ବିଷୟରେ ଆଲୋକପାତ କରିଥିଲେ । ତେବେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ରାଜ୍ୟସଭା ସଦସ୍ୟ ରୁଦ୍ର ନାରାୟଣ ପାଣି ଯୋଗ ଦେଇଥିବା ବେଳେ ତାଙ୍କ ସହ ପରଜଙ୍ଗର ଟାଣୁଆ ନେତା ବିଭୁତି ପ୍ରଧାନ ଆଜିର ଏହି ସଭାକୁ ପରିଚାଳନା କରିଥିଲେ । ତେବେ ଏମାନଙ୍କ ବ୍ୟତୀତ ଏହି ସମାବେଶରେ ଜିଲ୍ଲା ସଭାପତି ନରେଶ ମହାପାତ୍ର ଆଜିର ଏହି ସଭାର ସଭାପତି ରହିଥିଲା ବେଳେ ହିନ୍ଦୋଳ ପ୍ରାର୍ଥୀନୀ ଅଞ୍ଜଳି ବେହେରା, କାମାକ୍ଷାନଗର ପ୍ରାର୍ଥୀ ଶତୃଘନ ଜେନା, ରାଜ୍ୟ କୃଷକମୋର୍ଚ୍ଚା ଉପସଭାପତି କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜେନା, ଢେଙ୍କାନାଳର ପୂର୍ବତନ ନଗରପାଳ ସୁନୀଲ ଶର୍ମା, ପରଜଙ୍ଗ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ପରଜଙ୍ଗ ବ୍ଲକ ଭାଇସ ଚେୟାରମ୍ୟାନ ଯଶଶ୍ୱନୀ ରାଉତ, ପୂର୍ବତନ ଚେୟାରମ୍ୟାନ ଅନ୍ତର୍ଯ୍ୟାମୀ ସାହୁ, ବିଜେପି ନେତା ଲକ୍ଷ୍ମୀଧର ସାହୁଙ୍କ ସମେତ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ କହିବା ଅନୁଯାୟୀ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ 30 ବର୍ଷ ରାଜନୈତିକ ଅସ୍ଥିରତାକୁ ଦୂରକରି ଏକ ସ୍ଥିର ଶାସନ ଦେବାର ପ୍ରକିୟା 2014 ମସିହା ମେ 26 ତାରିଖ ଦିନ ଆରମ୍ଭ କରାଯାଇଥିଲା ଦେଶରେ, ଏହା ଆଜି ଆଠ ବର୍ଷ ପୂର୍ତ୍ତି କରୁଛନ୍ତି ମୋଦୀ ସରକାରର ନରେନ୍ଦ୍ର ମୋଦୀ । ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି । ଏହି ଆଠ ବର୍ଷ ମଧ୍ୟରେ ଆମେ ସମସ୍ତେ ଅନୁଭବ କରିପାରୁଛନ୍ତି ଯେ ମୋଦୀ ଅଛନ୍ତି ତ ସବୁ କିଛି ସମ୍ଭବ । ସେଇଥିପାଇଁ କୁହାଯାଏ ‘ମୋଦୀ ହେ ତୋ ମୁନକିନ ହେ’ । ମୋଦୀ ଶପଥ ନେଲାବେଳେ କହିଥିଲେ ମୁଁ ପ୍ରଧାନମନ୍ତ୍ରୀ ନୁହେଁ ମୁଁ ପ୍ରଧାନ ସେବକ । ସେ ଶାସନ ଭାର ଗ୍ରହଣ କଲା ପରଠାରୁ ଲାଲକିଲ୍ଲା ଉପରୁ ଯେଉଁ ଘୋଷଣା କରନ୍ତି, ତାହା ସେ ପୂରଣ କରନ୍ତି, ଆଉ ତା ଆର ବର୍ଷ ଦେଶ ସାରା ବୁଲିବୁଲି ହିସାବ ଦିଅନ୍ତି । ଏହା ହେଉଛି ଏକ ରାଜନୈତିକ ସଂସ୍କୃତି । ସେଇଭଳି ଭାବରେ ସମସ୍ତେ ପକ୍କା ଘରେ ରହିବେ, ସମସ୍ତଙ୍କ ଘରକୁ ସୌଭାଗ୍ୟ ଯୋଜନାରେ ବିଜୁଳି ଯିବ, ଜନଧନ ଆକାଉଣ୍ଟ ଖୋଲାଯାଉଛି, ଘରେ ଘରେ ପିଇବା ପାଣିର ନଳ ରହିବ । ଏମିତି ଅନେକ ଯୋଜନାର ସଫଳ ରୂପାୟନ ସଠିକ ସମୟରେ ସାରିବାର ଧାର୍ଯ୍ୟ ହୋଇଛି ବୋଲି କହିଥିଲେ ରାଜ୍ୟ ସଭାପତି ସମୀର ମହାନ୍ତି । ଏଥିସହିତ ରାଜ୍ୟ ସରକାରଙ୍କର ଯୋଜନା ମାରଣା ନୀତିକୁ ନେଇ ତୀବ୍ର ଭର୍ତ୍ସନା କରିବା ସହ ଆଗାମୀ ମିଶନ 2024 ପାଇଁ ବରିଷ୍ଠ ବିଜେପି ନେତୃବୃନ୍ଦଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ।

ସେହିଭଳି ଆଉ ମଧ୍ୟ ସମୀର ମହାନ୍ତି ଧର୍ମେନ୍ଦ୍ର ବାବୁଙ୍କୁ ନେଇ କୁହନ୍ତି, ଏହି ମାଟିର ପୁଅ ଉଜ୍ବଳା ପୁରୁଷ ଭାବରେ ପରିଗଣିତ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ଦାୟିତ୍ୱରେ ଥିଲେ, ଯେଉଁଭଳି ଭାବରେ ସେ 9 କୋଟି ମା ମାନଙ୍କର ଲୁହ ପୋଛିଛନ୍ତି ତାହା କାହାକୁ ଅଛପା ନାହିଁ । ସମସ୍ତେ କାଠ ଚୁଲିରୁ ମୁକ୍ତି ପାଇବେ, ଚାଳ ଘର ଧୂଆଁରୁ ମୁକ୍ତ ହେବେ, ସେମାନେ ଖୁସି ହୁଅନ୍ତୁ ସେଥିପାଇଁ ଉଜ୍ବଳା ଗ୍ୟାସ ଯୋଗାଇ ଦେଲେ ।

ସୂଚନା ଥାଉକି, ଆଜିର ଏହି ବାଇକ ରାଲିର ମୁଖ୍ୟ ପୁରୋଧା ସାଜିଥିଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଦୀପକ ଗୋଛାୟତଙ୍କ ସହିତ ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ସାହୁ, ଦୟାନିଧି ସାହୁ ,ପ୍ରଶାନ୍ତ ନାୟକ ଏବଂ ଶ୍ରବଣ କୁମାର ସାହୁଙ୍କ ସମେତ ଅନେକ ଯୁବ ନେତା ।


ସେୟାର କରନ୍ତୁ