ରାଜ୍ୟରେ 146 କରୋନା ପଜିଟିଭ ଚିହ୍ନଟ, 3 ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଅଛି । ଆଜି ପୁଣି 146 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 3140ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଅଛି । ଏହି ସଂକ୍ରମିତଙ୍କ ମଧ୍ୟରୁ 127 ଜଣ କ୍ବାରେଣ୍ଟିନ ସେଣ୍ଟରର ହୋଇଥିଲା ବେଳେ ଅନ୍ୟ 19 ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ତେବେ ଏହି ସଂକ୍ରମିତଙ୍କ ମଧ୍ୟରେ ଜଗତସିଂହପୁରରୁ 8 ଜଣ, କେନ୍ଦୁଝରରୁ 2 ଜଣ, କଟକରୁ 2 ଜଣ, ମାଲକାନଗିରିରୁ ଏକ, ଖୋର୍ଦ୍ଧାରୁ 19 ଜଣ, ନୟାଗଡରୁ 3 ଜଣ, ଯାଜପୁରରୁ ଜଣେ, ମୟୁରଭଞ୍ଜରୁ 3 ଜଣ, ଢେଙ୍କାନାଳରୁ ଜଣେ, କଳାହାଣ୍ଡିରୁ 3 ଜଣ, କନ୍ଧମାଳରୁ 2 ଜଣ, ଗଞ୍ଜାମରୁ 18 ଜଣ, ଦେବଗଡରୁ 5 ଜଣ, ବଲାଙ୍ଗୀରରୁ ଜଣେ, ସୁନ୍ଦରଗଡରୁ 7 ଜଣ, କେନ୍ଦ୍ରାପଡାରୁ 2 ଜଣ, ବାଲେଶ୍ବରରୁ 7 ଜଣ ଏବଂ ‘ଅମ୍ଫାନ’ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଫେରିଥିବା ଏନଡିଆରଏଫ/ଓଡ୍ରାଫର 61 ଜଣ ରହିଛନ୍ତି ।

ଏବେ ରାଜ୍ୟରେ ମୋଟ 1993ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା 1136 ରହିଛି । ଅପରପକ୍ଷରେ 9 ଜଣଙ୍କର ମୃତ୍ୟୁ ଘଟିଛି ।


ସେୟାର କରନ୍ତୁ