ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜରଙ୍କୁ କେମିତି ବଞ୍ଚାଇଲେ ଶାହରୁଖ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ସବୁବେଳେ ପରଦାରେ ହିରୋ ହେଉଥିବା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କୁ ଆମେ ଦେଖିଛେ । କିନ୍ତୁ ବାସ୍ତବିକ ଜୀବନରେ ମଧ୍ୟ କିଙ୍ଗ ଖାନ ଜଣେ ହିରୋ ବୋଲି ନିଜକୁ ପ୍ରମାଣିତ କରିଅଛନ୍ତି । ସେ ନିଜ ଜୀବନକୁ ବିପଦ ସଂକୁଳ କରି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମ୍ୟାନେଜରଙ୍କୁ ବଞ୍ଚାଇଛନ୍ତି । ଦିପାବଳୀ ଦିନ ରାତିରେ ଏହି ଘଟଣାଟି ଘଟିଛି ।

ସୂଚନା ମୁତାବକ, ରବିବାର ଦିନ ଦିପାବଳୀ ଅବସରରେ ବଚ୍ଚନ ପରିବାର ଏକ ଗ୍ରାଣ୍ଡ୍ ପାର୍ଟିର ଆୟୋଜନ କରିଥିଲା । ଯେଉଁଥିରେ ବହୁ ନାମିଦାମୀ ବଲିଉଡ୍ ତାରକା ମାନଙ୍କୁ ଦେଖିବାକୁ ମିଳିଥିଲା । ଶାହରୁଖ ପତ୍ନୀ ଗୌରୀଙ୍କ ସହିତ ଏହି ପାର୍ଟିରେ ପହଁଚିଥିଲେ ।

ପାର୍ଟି ପ୍ରାୟ ଶେଷ ହେବା ବେଳକୁ ହଠାତ୍‌ ଏକ ଦୀପରୁ ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜର ଅର୍ଚ୍ଚନ ସଦାନନ୍ଦଙ୍କ ଲେହେଙ୍ଗାରେ ନିଆଁ ଲାଗୁଥିବାର ଶାହରୁଖ ଦେଖିବାକୁ ପାଇଥିଲେ । କେହି କିଛି ଭାବିବା ଆଗରୁ ଶାହରୁଖ ନିଜର ଜ୍ୟାକେଟ୍‌ଟିକୁ ଓହ୍ଲାଇ ଅର୍ଚ୍ଚନାଙ୍କ ଦେହରୁ ନିଆଁ ଲିଭାଇଥିଲେ । ଏଥିରେ ଅର୍ଚ୍ଚାନଙ୍କ ଡାହାଣ ହାତର ପ୍ରାୟ 15 ପ୍ରତିଶତ ପୋଡ଼ି ଥିବାର ଜଣା ଯାଇଛି । ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଆଁ ଲିଭାଇବା ସମୟରେ ଶାହାରୁଖ ମଧ୍ୟ ଆହତ ହୋଇଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶୀ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଅମିତାଭଙ୍କ ଦୀପାବଳି ଅବସରରେ ହୋଇଥିବା ଗ୍ରାଣ୍ଡ୍ ପାର୍ଟିରେ ପୁରା ଅମ୍ବାନୀ ପରିବାର, କ୍ରିକେଟ୍‌ ଅଧିନାୟକ ବିରାଟ କୋହଲି, ଅନୁଷ୍କା ଶର୍ମା, ଅକ୍ଷୟ କୁମାର,ପରିଣିତି ଚୋପ୍ରା, ଋଷି କପୁର, ନୀତୁ ସିଂହ, ଶାହିଦ କପୁର, ମୀରା ରାଜପୁତ, କୃତି ସେନନ୍‌ ପ୍ରମୁଖ ଯୋଗ ଦେଇଥିଲେ ।


ସେୟାର କରନ୍ତୁ