ମନୀଷ ପାଣ୍ଡେ କେଉଁ ଅଭିନେତ୍ରୀଙ୍କ ହାତ ଧରିବେ ଆସନ୍ତୁ ଜାଣିବା

ଖେଳ
ସେୟାର କରନ୍ତୁ

ମୁମ୍ବାଇ : ଭାରତୀୟ କ୍ରିକେଟ ଖେଳାଳି ମନୀଷ ପାଣ୍ଡେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ 1989 ମସିହା ସେପଟେମ୍ବର ମାସ 10 ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଯେତେବେଳେ ସେ ତୃତୀୟ ଶ୍ରେଣୀରେ ପଢୁଥିଲେ ସେହି ସମୟରୁ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ପିଲା ବେଳୁ ସେ କ୍ରିକେଟ ଖେଳିବାରେ ନିଷ୍ଠା ରଖିଥିଲେ । ସେ ପୂର୍ବ ଆଇପିଏଲ ଟିମ୍‌ ରୟାଲ ଚ୍ୟାଲେଂଞ୍ଜର୍ସ ବାଙ୍ଗଲୋର ସହ 2009 ମସିହାରେ ଖେଳି ଶତକ ଅର୍ଜନ କରିଥିବା ପ୍ରଥମ ଖେଳାଳୀ ହେଉଛନ୍ତି ମନୀଷ ।

ମନୀଷ ଭାରତୀୟ ଟି20 ଟିମ୍‌ର ଜଣେ ଉଦୀୟମାନ ଗୁରୁତ୍ବପୂର୍ଣ୍ଣ ଖେଳାଳି । ଟି20 ଖେଳରେ ତାଙ୍କର ଭଲ ରେକର୍ଡ ରହିଅଛି । ତେବେ ମନୀଷ ପାଣ୍ଡେ କ୍ରିକେଟରେ ନିଜ ନାଁ ଉଜ୍ଜ୍ବଳ କରିବା ସହିତ ନିଜ ଜୀବନର ଏକ ସୁନ୍ଦର ମୁହୁର୍ତ ଆରମ୍ଭ କରିବାକୁ ଯାଉଛନ୍ତି।

ସୂଚନା ମୁତାବକ , ମନୀଷ ପାଣ୍ଡେ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ମନୀଷ ଜଣେ ଟଲିଉଡ ଅଭିନେତ୍ରୀ ଅଶ୍ରିତା ଶେଟ୍ଟୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ଉଭୟ ପରସ୍ପର ସହ ବହୁତ ଆଗରୁ ରିଲେଶନସିପ୍‌ରେ ଅଛନ୍ତି ବୋଲି ଜଣାପଡିଛି । ଏବେ ଏହି ରିଲେସନଶିପ୍‌ରୁ ପର୍ଦ୍ଦା ଉଠିଯାଇଅଛି । ମନୀଷ ଓ ଅଶ୍ରିତା ଶେଟ୍ଟୀ ଦୁହେଁ ଦୁହିଁଙ୍କର ହାତଧରି ଚଳିତ ବର୍ଷ ଡିସେମ୍ବର ମାସ 2 ତାରିଖରେ ବିବାହ କରିବା ପାଇଁ ଯାଉଛନ୍ତି ।


ସେୟାର କରନ୍ତୁ