ସେନ ୱାଟସନଙ୍କ ଦମଦାର ସତକ…ଚେନାଇ ସୁପର କିଙ୍ଗସ ହାସଲ କଲା ୨୦୧୮ ଆଇପିଏଲ ଟ୍ରଫି

ଖେଳ
ସେୟାର କରନ୍ତୁ

ଭୁବନେଶ୍ୱର: ସେନ ୱାଟସନଙ୍କ ଦମଦାର ସତକ ବଳରେ ରବିବାର ଚେନାଇ ସୁପର କିଙ୍ଗସ ୨୦୧୮ ଆଇପିଏଲ ଟ୍ରଫି ହାସଲ କରିବାରେ ସଫଳ ହୋଇଛି । ମୁମ୍ବାଇର ୱାଁକେଡେ ଷ୍ଟାଡିୟମରେ ଖେଳାଯାଇଥିବା ୨୦୧୮ ଆଇପିଏଲ ଟୁରନାମେଣ୍ଟ ଫାଇନାଲରେ ଚେନାଇ ସୁପର କିଙ୍ଗସ ୮ ୱିକେଟ ବଳରେ ସନ ରାଇଜର୍ସ ହାଇଦରାବାଦକୁ ପରାସ୍ତ କରି ଏହି ହାଇଟେଲ ହାତେଇଛି । ୨୦ ଓଭରରେ ସନ ରାଇଜର୍ସ ହାଇଦରାବାଦ ପ୍ରଥମ ଇନିଙ୍ଗସ ଖେଳି ମୋଟ ୧୭୮ ରନ କରିଥିଲା । ଜବାବରେ ଚେନାଇ ୧୮.୩ ଓଭରରେ ୧୭୯ ରନ ଲକ୍ଷ ପୂରଣ କରିଥିଲା ।

ଚେନାଇ ସୁପର କିଙ୍ଗସ ପକ୍ଷରୁ ୱାଟସନ ୫୭ ବଲରେ ୧୧୭ ରନ କରିଥିଲେ । ଯେଉଁଥିରେ ତାଙ୍କର ୧୧ଟି ଚଉକା ଥିବାବେଳେ ୮ଟି ଛକା ରହିଛି । ବ୍ୟାଟ୍ସମ୍ୟାନ ଫାଫ ଡୁ ପ୍ଲେଶିସ ୧୦ ରନ କରି ଆଉଟ ହେବା ପରେ ସୁରେଶ ରାଏନା ସ୍ଥିତି ସମ୍ଭାଳି ଥିଲେ । ହେଲେ ରାଏନା କାରଲୋସ ବ୍ରାଥୱେଟଙ୍କ ବଲରେ ଆଉଟ ହେବା ପରେ ଅମ୍ବତି ରାୟୁଡୁ ୱାଟସନଙ୍କ ସହ ମିଶି ଶେଷରେ ଏକ ଚଉକା ମାରି ଟିମକୁ ଟାଇଟେଲ ହାସଲ କରିବାରେ ସହଯୋଗ କରିଥିଲେ ।

ଆଜିର ବିଜୟକୁ ମିଶାଇ ଚେନାଇ ସୁପର କିଙ୍ଗସ ମୋଟ ତିନି ଥର ଆଇପିଏଲ ଟାଇଟେଲ ହାସଲ କରିଛି । ପ୍ରଥମ ଥର ୨୦୧୦ରେ ମୁମ୍ବାଇ ଇଣ୍ଡିଆନସକୁ ହରାଇ ଚେନାଇ ସୁପର କିଙ୍ଗସ ଆଇପିଏଲ ଟାଇଟେଲ ହାତେଇ ଥିଲା । ୨୦୧୧ରେ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁକୁ ହରାଇ ଦ୍ୱତୀୟ ଥର ପାଇଁ ଚେନାଇ ଏହି ଟାଇଟେଲ ଜିତିଥିଲା । ମହେନ୍ଦ୍ର ସିଂ ଧୋନୀ ଦଳର ଅଧିନାୟକ ଥିବା ସମୟରେ ହିଁ ଉକ୍ତ ଟାଇଟେଲକୁ ଦଳ ଜିତିପାରିଛି ।


ସେୟାର କରନ୍ତୁ