ବିଗ୍ ବିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଲା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ୍ କିମ୍ବଦନ୍ତୀ ମହାନାୟକ ଅମିତାଭ ବଚ୍ଚନ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅନେକ ବର୍ଷ ଧରି ତାଙ୍କର ଯକୃତ ସମସ୍ୟା ରହି ଆସିଥିଲା । ତାଙ୍କର 25ପ୍ରତିଶତ ଯକୃତ କାମ କରୁଥିବା ନେଇ ଖୁଲାସା କରିଥିଲେ ବିଗ୍ ବି । ଏବେ ତାଙ୍କର ସେହି ସମସ୍ୟା ବଢ଼ିବା ସହ ତାଙ୍କୁ ଚିକିତ୍ସା ପାଇଁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥବା ଜଣା ପଡ଼ିଛି ।

ତେବେ ତାଙ୍କୁ ମଙ୍ଗଳବାରଠାରୁ ଡାକ୍ତରଖାନାରେ ରଖାଯାଇଥିବା ବେଳେ ଏବେ ଖବରଟି ସାମ୍ନାକୁ ଆସିଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ମଙ୍ଗଳବାର ରାତି 2ଟା ସମୟରେ ବିଗିଡ଼ିଜିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କୁ ଚିକିତ୍ସା ପରେ ଧିରେ ଧିରେ ସୁସ୍ଥ ହେଉଥିବା ନେଇ ସୂଚନା ମିଳିଛି ।

ତାଙ୍କୁ ଏବେ ଡାକ୍ତରଖାନାର ଏକ ସ୍ୱତନ୍ତ୍ର କେବିନ୍ରେ ରଖାଯାଇ ଚିକିତ୍ସା କରାଯାଉଅଛି । ତାଙ୍କୁ କେବିନ୍ ବାହାରେ 4ଜଣ ସୁରକ୍ଷା ଗାର୍ଡ ଜଗି ରହିଛନ୍ତି । ତେବେ ବିଗ୍ ବି ବା ତାଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଏକ ବିଶେଷ ସୂତ୍ରରୁ ଖବରଟି ସାମ୍ନାକୁ ଆସିଅଛି ।


ସେୟାର କରନ୍ତୁ