ରାଜନୀକାନ୍ତଙ୍କ ଫିଲ୍ମ ‘ଅନ୍ନାଥେ’ର ସାମ୍ନାକୁ ଆସିଲା ଫାଷ୍ଟ ଲୁକ୍, ଜାଣନ୍ତୁ କେବେ ହେବ ରିଲିଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ପୁଣିଥରେ ଫିଲ୍ମ ‘ଅନ୍ନାଥେ’ (Annaatthe) ସହିତ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ରଜନୀକାନ୍ତଙ୍କ ପ୍ରଶଂସକମାନେ ମଧ୍ୟ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି । ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢ଼ାଇବାକୁ, ନିର୍ମାତା ଏହାର ପ୍ରଥମ ଲୁକ୍ ପୋଷ୍ଟର ପ୍ରକାଶ କରିଛନ୍ତି । ରଜନୀକାନ୍ତଙ୍କୁ ପୋଷ୍ଟରରେ ଏକ ନୂଆ ରୂପରେ ଦେଖିବାକୁ ମିଳିଛି ।

ରିଲିଜ୍ ହୋଇଥିବା ଏହି ପୋଷ୍ଟରରେ ରଜନୀକାନ୍ତ ଧଳା ରଙ୍ଗର ସାର୍ଟ ପିନ୍ଧି ହସୁଥିବା ନଜର ଆସିଛନ୍ତି । ତାଙ୍କ ଆଖିରେ ଚଷମା ଅଛି ଏବଂ ଆକାଶକୁ ଚାହିଁ ରହିଛନ୍ତି । ରଜନୀକାନ୍ତଙ୍କ ଏହି ଲୁକ୍ ବହୁତ ଷ୍ଟାଇଲିସ୍ ଦେଖାଯାଉଛି । ପ୍ରଶଂସକମାନେ ମଧ୍ୟ ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି ।

କହିବାକି ଏହି ଫିଲ୍ମଟି ଚଳିତ ବର୍ଷ ନଭେମ୍ବର 4 ଦିୱାଲୀରେ ରିଲିଜ୍ ହେବାକୁ ଯାଉଛି । ଯଦିଓ ଏହି ଫିଲ୍ମଟି ଦୀର୍ଘ ଦିନ ହେବ ପ୍ରସ୍ତୁତ ହୋଇସାରିଛି, କିନ୍ତୁ ସାରା ଦେଶରେ କରୋନା ମହାମାରୀ ବ୍ୟାପିବା ହେତୁ ଏହାର ମୁକ୍ତିଲାଭକୁ ଆଗକୁ ବଢ଼ାଇ ଦିଆ ଯାଇଥିଲା ।

ରଜନୀକାନ୍ତଙ୍କ ଅଭିନୀତ ଏହି ଫିଲ୍ମକୁ କଲାନିଧି ମାରନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି । ଏହି ଫିଲ୍ମରେ ରଜନୀକାନ୍ତ, ମୀନା, ଖୁସବୋ, ନୟନ୍ତରା, କିର୍ତ୍ତୀ ସୁରେଶ, ଜ୍ୟାକି ଶ୍ରଫ, ଜଗପତି ବାବୁ, ପ୍ରକାଶ ରାଜ, ସୁରୀ ଏବଂ ସତୀଶଙ୍କ ସହିତ ଆହୁରି ମଧ୍ୟ ଅନେକ କଳାକାର ନଜର ଆସିବେ ।


ସେୟାର କରନ୍ତୁ