ସନ୍ନି ଦେୱଲଙ୍କ ଜନ୍ମ ଦିନରେ କଣ ମଜାଦାର କଥା ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ଆକ୍ଟର ତଥା ଗୁରୁଦାସପୁରର ଲୋକସଭା ସାଂସଦ ସନ୍ନି ଦେୱଲଙ୍କ ଜନ୍ମଦିନ । ସନ୍ନି 1956 ମସିହା ଆଜିର ଦିନରେ ଜନ୍ମଲାଭ କରିଥିଲେ । ତେବେ ଆସନ୍ତୁ ତାଙ୍କ ଜନ୍ମଦିନ ଅବସରରେ ସନ୍ନି ଦେଓଲଙ୍କୁ ନେଇ ତାଙ୍କ ବିଷୟରେ ଏକ ମଜାଦାର କଥା ଜାଣିବା ।

ସନ୍ନି ଦେଓଲ ତିନି ଖାନଙ୍କ ମଧ୍ୟରୁ ଶାହରୁଖ ଖାନଙ୍କ ସହ ‘ଡର’ରେ କାମ କରିଛନ୍ତି । ସେ ମଧ୍ୟ ସଲମାନ ଖାନଙ୍କ ସହ ‘ଜିତ୍’ରେ କାମ କରିଛନ୍ତି । ତେବେ ସେ ଅଭିନେତା ଅମୀର ଖାନଙ୍କ ସହ ଆଜି ପର୍ଯ୍ୟନ୍ତ କେବେ ବି କାମ କରିନାହାନ୍ତି ।

ନବେ ଦଶକ ହେଉ ଅବା ଦୁଇ ହଜାରର ପ୍ରଥମ ଦଶନ୍ଧିରେ ଉଭୟ ଅମୀର ଖାନ୍ ଓ ଆକ୍ସନ୍ ମ୍ୟାନ୍ ସନ୍ନି ଦେଓଲ ଥିଲେ ବେଶ୍ ଲୋକପ୍ରିୟ । ଏ ଦୁହେଁ ଆଜି ଯାଏଁ କୌଣସି ବି ଫିଲ୍ମରେ ଏକାଠି କାମ କରିପାରି ନାହାନ୍ତି । ଥରେ ଏକ ସମୟ ଏମିତି ଆସିଥିଲା ଗୋଟିଏ ସିନେମାରେ ଉଭୟଙ୍କୁ ଦେଖିବାର ସୁଯୋଗ ପାଇଥାଆନ୍ତେ ଦର୍ଶକ । କିନ୍ତୁ ତାହା ସମ୍ଭବ ହୋଇପାରି ନଥିଲା ।

ଅମୀର୍ ଖାନ୍ ଓ ସନ୍ନି ଦେଓଲଙ୍କୁ ନେଇ ପ୍ରଖ୍ୟାତ ନିର୍ଦ୍ଦେଶକ ୟଶ୍ ଚୋପ୍ରା ତାଙ୍କ ସୁପରହିଟ୍ ଫିଲ୍ମ‘ଡର୍’ର ପ୍ଲାନିଂ କରିଥିଲେ । ପ୍ରଥମେ ଫିଲ୍ମ ‘ଡର୍’ର ସ୍କ୍ରିପ୍ଟ ଶୁଣିବାପରେ ଅମୀର ଖାନ୍ ରାଜି ହୋଇଯାଇଥିଲେ କିନ୍ତୁ କାହିଁକି କେଜାଣି ପରେ ମନା କରିଦେଇଥିଲେ । ତେବେ ସନ୍ନି ଦେଓଲ୍ ତାଙ୍କ ମତକୁ ପରିବର୍ତ୍ତନ କରିନଥିଲେ ।

ଅମୀର୍ ଖାନ୍ ମନା କରିବାପରେ ‘ଡର୍’ର ଅଫର୍ ଶାହରୁଖ୍ ଖାନ୍ଙ୍କୁ ମିଳିଥିଲା ଓ ସେ ରାଜି ହୋଇଥିଲେ । ଯଦି ଅମୀର୍ ଖାନ୍ ‘ଡର୍’ ଫିଲ୍ମରେ କାମ କରିଥାନ୍ତେ , ତେବେ ସନ୍ନି ଦେଓଲଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥାଆନ୍ତା ପରଦାରେ, ହେଲେ ତାହା ସମ୍ଭବ ହୋଇପାରିଲା ନାହିଁ ।


ସେୟାର କରନ୍ତୁ