କୋହଲି ବିଶ୍ରାମ ନେବେ ଆଗାମୀ ଖେଳିବାକୁଥିବା ଟି20 ସିରିଜରେ

Truthink
ସେୟାର କରନ୍ତୁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ବିଶ୍ରାମ ନେବାକୁ ଯାଉଛନ୍ତି । ବିରାଟ ଦୀର୍ଘ ଦିନରୁ କ୍ରିକେଟ ଖେଳି ଆସୁଥିବାରୁ ସେ ବାଂଲାଦେଶ ବିରୋଧରେ ହେବାକୁ ଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟି20 ସିରିଜରେ ବିଶ୍ରାମ କରିବେ ।

ଅଧିକ କାମ ପାଇଁ ଟିମର ବରିଷ୍ଠ ଖେଳାଳିମାନେ ମଝି ମଝିରେ ବିଶ୍ରାମ ନେଇଥାନ୍ତି । କିନ୍ତୁ କେବଳ ଜାନୁଆରୀ ମାସରେ କୋହଲି ଏହା ପୂର୍ବରୁ ବିଶ୍ରାମ ନେଇଥିଲେ । ଏହାକୁ ନଜରରେ ରଖି କୋହଲି ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଟି20 ସିରିଜରେ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ମୁତାବକ, କୋହଲି ବାଂଲାଦେଶ ବିରୋଧରେ ହେବାକୁ ଯାଉଥିବା ଟି-20 ସିରିଜର ଅଂଶ ହେବେ ନାହିଁ କାହିଁକି ନାଁ ସେ ଲଗାତାର ଭାବରେ ଖେଳି ଆସୁଛନ୍ତି । ତାଙ୍କୁ ବିଶ୍ରାମର ଆବଶ୍ୟକତା ରହିଅଛି । ସେ ପୂର୍ବରୁ ଲଗାତାର ଅଷ୍ଟ୍ରେଲିଆ ସିରିଜ, ଆଇପିଏଲ, ୱାର୍ଲଡ କପ, ୱେଷ୍ଟ ଇଣ୍ଡିଜ ଗସ୍ତ ସହ ଦକ୍ଷିଣ ଆଫ୍ରିକାର ସିରିଜରେ ଖେଳି ଆସୁଛନ୍ତି ।

ଖେଳାଳିଙ୍କ ୱାର୍କଲୋଡ ମ୍ୟାନେଜମେଣ୍ଟ, ଯେଉଁମାନେ ତିନୋଟି ପର୍ମାଟରେ ଖେଳୁଛନ୍ତି,ଖାସକରି ସେହି ମାନଙ୍କ ପ୍ରତି ଆମର ପ୍ରାଥମିକତା ରହିଅଛି । ଆମେ ଚାହୁଁଛୁ ଯେ ଆମର ଖେଳାଳି ଫିଟ ରୁହନ୍ତୁ ଏବଂ ଆମର ଖେଳ ଶୀର୍ଷ ସ୍ଥାନରେ ରହୁ । ଆଗାମୀ ଟି-20 ସିରିଜ ପାଇଁ ଅକ୍ଟୋବର 24 ତାରିଖରେ ଭାରତୀୟ ଟିମର ଚୟନ ପ୍ରକିୟା ରହିଅଛି ।


ସେୟାର କରନ୍ତୁ